କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନ୍‌କାଉଣ୍ଟର : ଗୋଡ଼ରେ ବାଜିଛି ଗୁଳି, ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର

ଢେଙ୍କାନାଳ : ନିର୍ବାଚନ ପୂର୍ବରୁ ଢେଙ୍କାନାଳ ପୁଲିସର ବଡ ଆକ୍ସନ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର। ଏନକାଉଣ୍ଟରରେ ଗୁରୁତର ସୁବାସକୁ ପ୍ରଥମେ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସୁବାସ ଖୁଣ୍ଟାପଶି -ଗୁଣ୍ଡିଚାନାଳୀ ଜଙ୍ଗରରେ ଥିବା କାମାକ୍ଷାନଗର ପୁଲିସ ଖବର ପାଇଥିଲା। ଯାହା ପରେ ପୁଲିସ ଭୋର ପ୍ରାୟ ୪ ଟା ସମୟରେ ସେହି ସ୍ଥାନକୁ ଯାଇ ଚଢାଉ କରିଥିଲା। ପୁଲିସକୁ ଦେଖି ସୁବାସ ଓ […]

ଢେଙ୍କାନାଳ : ନିର୍ବାଚନ ପୂର୍ବରୁ ଢେଙ୍କାନାଳ ପୁଲିସର ବଡ ଆକ୍ସନ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର। ଏନକାଉଣ୍ଟରରେ ଗୁରୁତର ସୁବାସକୁ ପ୍ରଥମେ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସୁବାସ ଖୁଣ୍ଟାପଶି -ଗୁଣ୍ଡିଚାନାଳୀ ଜଙ୍ଗରରେ ଥିବା କାମାକ୍ଷାନଗର ପୁଲିସ ଖବର ପାଇଥିଲା। ଯାହା ପରେ ପୁଲିସ ଭୋର ପ୍ରାୟ ୪ ଟା ସମୟରେ ସେହି ସ୍ଥାନକୁ ଯାଇ ଚଢାଉ କରିଥିଲା। ପୁଲିସକୁ ଦେଖି ସୁବାସ ଓ ତାର ସହଯୋଗୀ ଖସି ଯିବାକୁ ଉଦ୍ୟମ କରିବା ସହ ପୁଲିସ ଉପରକୁ ବୋମା ପକାଇବା ସହ ଗୁଳି ଚଳାଇଥିଲେ। ଯାହା ପରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ପୁଲିସର ଗୁଳି କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆର ଡାହାଣ ଗୋଡରେ ବାଜିଥିଲା। ହେଲେ ସୁବାସର ସହଯୋଗୀ ପୁଲିସକୁ ଚକମା ଦେଇ ଖସି ଯାଇଥିଲା। ପୁଲିସ ସୁବାସକୁ ଗୁରୁତର ଭାବେ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲ ପରେ କଟକ ସ୍ଥାନାନ୍ତର କରିଛି।

ସୂଚନାଯୋଗ୍ୟ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ନାଁରେ ୧୮ଟି ମାମଲା ରହିଛି। ଯାହା ମଧ୍ୟରେ ଦୁଇଟି ହତ୍ୟା ଓ ଡକାୟତି କେସ ସହ ଦାଦାବଟି ଭଳି ସଙ୍ଗୀନ ଅଭିଯୋଗ ରହିଛି ।ଏହା ସୁବାସ ଠାରୁ ବନ୍ଧୁକ ଜବତ କରିଛି ପୁଲିସ।

About The Author: The Sakala