ହିନ୍ଦୋଳରେ ହାତୀ ନେଲା ଆଉ ଏକ ଜୀବନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ହିନ୍ଦୋଳର ହାତୁରା ପଞ୍ଚାୟତ ଯତନ ନଗର ଠାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ଯୁ ଘଟିଛି। ମୃତ ବ୍ଯକ୍ତିଙ୍କ ନାଁ ଟଙ୍କ ଭୋଇ ବୋଲି ଜଣାପଡ଼ିଛି। ସେ ଭୋର ସମୟରେ ନିତ୍ୟକର୍ମ ସାରିବା ପାଇଁ ବାହାରକୁ ଆସିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ଘୋଷାଡ଼ି ନେଇ କଚାଡି ମାରିଥିଲା। ଏହି ଘଟଣ ଭୋର ୫ଟା ସମୟରେ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ବନବିଭାଗ ଅଧିକାରୀ କିମ୍ବା ଥାନା ଅଧିକାରୀ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ହିନ୍ଦୋଳର ହାତୁରା ପଞ୍ଚାୟତ ଯତନ ନଗର ଠାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ଯୁ ଘଟିଛି। ମୃତ ବ୍ଯକ୍ତିଙ୍କ ନାଁ ଟଙ୍କ ଭୋଇ ବୋଲି ଜଣାପଡ଼ିଛି। ସେ ଭୋର ସମୟରେ ନିତ୍ୟକର୍ମ ସାରିବା ପାଇଁ ବାହାରକୁ ଆସିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ଘୋଷାଡ଼ି ନେଇ କଚାଡି ମାରିଥିଲା। ଏହି ଘଟଣ ଭୋର ୫ଟା ସମୟରେ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ବନବିଭାଗ ଅଧିକାରୀ କିମ୍ବା ଥାନା ଅଧିକାରୀ ପହଞ୍ଚି ନ ଥିବା ଜଣାପଡ଼ିଛି।  ଜଙ୍ଗଲ ମଧ୍ୟରେ ବା ନିଛାଟିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ହିନ୍ଦୋଳ ବନ ବିଭାଗ ତରଫରୁ କୌଣସି ସୁରକ୍ଷା ମିଳୁ ନ ଥିବାରୁ ବାରମ୍ବର ଲୋକେ ହାତୀ ହାବୁଡରେ ପଡୁଛନ୍ତି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରୁଛନ୍ତି।

About The Author: The Sakala