ଢେଙ୍କାନାଳ ଗସ୍ତରେ ୫ଟି ସଚିବ: ଲୋକଙ୍କ ଦାବିପତ୍ର ଗ୍ରହଣ କରିବାସହ ଅଞ୍ଚଳରେଥିବା ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି

ଢେଙ୍କାନାଳ: ଢେଙ୍କାନାଳ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍। ଗ୍ରାଉଣ୍ଡରୁ ଚାଲିଛି ମାରାଥନ ସମୀକ୍ଷା । ବିକାଶର ଅଗ୍ରଗତିର ଚାଲିଛି ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା । ଏହିକ୍ରମରେ ହିନ୍ଦୋଳ ବ୍ଲକ ଖଜୁରିଆକଟାରେ ପହଞ୍ଚିଥିଲେ ୫ଟି ସଚିବ । ବିକାଶର ବାର୍ତ୍ତା ନେଇ ଆସିଥିବାରୁ ପୁଷ୍ପ ବର୍ଷା କରିଛନ୍ତି ସ୍ଥାନୀୟଲୋକେ। ସମସ୍ତଙ୍କ ସହ ହାତ ମିଶାଇବା ସହ ସେ ପିଟିସନ ବି ଗ୍ରହଣ କରିଥିଲେ। କଲେଜ ଛାତ୍ରଛାତ୍ରୀ ବି 5T ସଚିବଙ୍କୁ ପାଖରେ ପାଇ ଉତ୍ସାହିତ ହୋଇଥିଲେ। ୫ଟି […]

ଢେଙ୍କାନାଳ: ଢେଙ୍କାନାଳ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍। ଗ୍ରାଉଣ୍ଡରୁ ଚାଲିଛି ମାରାଥନ ସମୀକ୍ଷା । ବିକାଶର ଅଗ୍ରଗତିର ଚାଲିଛି ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା । ଏହିକ୍ରମରେ ହିନ୍ଦୋଳ ବ୍ଲକ ଖଜୁରିଆକଟାରେ ପହଞ୍ଚିଥିଲେ ୫ଟି ସଚିବ । ବିକାଶର ବାର୍ତ୍ତା ନେଇ ଆସିଥିବାରୁ ପୁଷ୍ପ ବର୍ଷା କରିଛନ୍ତି ସ୍ଥାନୀୟଲୋକେ। ସମସ୍ତଙ୍କ ସହ ହାତ ମିଶାଇବା ସହ ସେ ପିଟିସନ ବି ଗ୍ରହଣ କରିଥିଲେ। କଲେଜ ଛାତ୍ରଛାତ୍ରୀ ବି 5T ସଚିବଙ୍କୁ ପାଖରେ ପାଇ ଉତ୍ସାହିତ ହୋଇଥିଲେ। ୫ଟି ସଚିବ ନିଜ ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। ଆପଣମାନେ କେମିତି ଅଛନ୍ତି ବୋଲି ପଚାରିଥିଲେ । ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ସବୁ ଭଲରେ ରୁହନ୍ତୁ। ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ୫ଟି ସଚିବ। ମୁଖ୍ୟମନ୍ତ୍ରୀ ମୋତେ ପଠେଇଛନ୍ତି ଆପଣ ମାନଙ୍କ ସୁଖ ଦୁଃଖ ଜାଣିବାକୁ । ବହୁତ ପିଟିସନ ପାଇଛି। ଚାଷୀଙ୍କ ସମସ୍ୟାକୁ ପ୍ରଥମେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ବିନା ସୁଦ୍ଧରେ କୃଷି ଲୋନ ପାଇଁ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଦେଉଛନ୍ତି।  କୃଷି ବୀମା ଆଗରୁ କେବଳ ଭାଗ ଚାଷ ପାଇଁ ଥିଲା। ହେଲେ ଏବେ ମୁଖ୍ୟମନ୍ତ୍ରୀ ସବୁ ଚାଷ ପାଇଁ କରିଛନ୍ତି। ଆଗରୁ ପ୍ରିମିଅମ ଦେଉଥିଲେ। ହେଲେ ଏବେ ସବୁ ପ୍ରିମିଅମ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଜରିଆରେ ଭରଣା କରୁଛନ୍ତି। ଆଗରୁ କେବଳ ଧାନ ଚାଷ ପାଇଁ ଋଣ ଦିଆଯାଉଥିଲା । ଏବେ ମାଣ୍ଡିଆ ଚାଷ ପାଇଁ ଦି ଦିଆଯାଇଛି।

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁମିଟି ସେଣ୍ଟର ନିର୍ମାଣ ବା ଉନ୍ନତିକରଣ ପାଇଁ ଆପଣ ମାନେ ଆଗାମୀ ୭ ଦିନ ଅର୍ଥାତ ଜୁଲାଇ୧୯ ଭିତରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ। ମୁଖ୍ୟମନ୍ତ୍ରୀ ଆପଣଙ୍କ ସହଯୋଗ କାମନା କରିଛନ୍ତି। ଯାହା ଟଙ୍କା ସେ ଅନୁମୋଦନ କରିବେ, ତାହା ରାଜ୍ୟବାସୀ ମାନେ ଆପଣଙ୍କ ଟଙ୍କା ।  ତେଣୁ ସ୍ୱଛତା ସହ କାମ କରିବେ। ଏହା ପ୍ରଥମ କିସ୍ତି। ଭଲ କାମ କଲେ ତୃତୀୟ କିସ୍ତି ବି ପାଇବେ। ନିଜ ଘର ନିର୍ମାଣରେ ଯେମିତି କମ ଟଙ୍କାରେ ଭଲ ଜିନିଷ ଲଗାଉଛନ୍ତି, ସେହିପରି ରାଜ୍ୟ ସରକାରଙ୍କ କାମ ବି କରନ୍ତୁ। ମୁଖ୍ୟମନ୍ତ୍ରୀ ଆପଣଙ୍କ ଠାରୁ ଏହି ସ୍ୱଛତାର ସହଯୋଗ ଚାହୁଁଛନ୍ତି। ପ୍ରତି ପିଟିସନକୁ ପ୍ରଶାସନ ଟିକନିକ ଭାବେ ପଢି ସମାଧାନ କରନ୍ତୁ। ନ ହେଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପଠାନ୍ତୁ। ଏକ ମାସ ପରେ ଆପଣଙ୍କ ପାଖକୁ ଫୋନ କଲ ଯିବ। ସମସ୍ୟା ସମାଧାନ ହୋଇଛି ନା ନାହିଁ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଫୋନ ଯୋଗେ ବୁଝିବେ। ଦିନରାତି ମନ ଲଗାଇ କାମ କରନ୍ତୁ।

ମିଶନ ଶକ୍ତି ମାଆ ମାନଙ୍କୁ ବି ବିନା ସୁଧ ଋଣ କଥା ବୁଝାଇଲେ। ହେଲେ ଢେଙ୍କାନାଳ ଜିଲ୍ଲାରେ ୫ ଲକ୍ଷ ବଦଳରେ ୩.୪୦ ଲକ୍ଷ ଋଣ ନେଇଛନ୍ତି। ଲାଗି ପଡନ୍ତୁ ଯେପରି ମାଆ ମାନେ ଆହୁରି ଦୁଇ ପାଇସା ରୋଜଗାର କରି ପାରିବେ। ମୁଖ୍ୟମନ୍ତ୍ରୀ ଆପଣଙ୍କୁ ସହଯୋଗ କରିବେ। ମିଶନ ଶକ୍ତି ମାଆ ମାନଙ୍କୁ ରୋଜଗାର ଦେବାକୁ ସବୁ ଯୋଜନାରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରନ୍ତି। ତେଣୁ ସରକାରଙ୍କ ଠାରୁ ବାର୍ଷିକ ୧୨୦୦କୋଟି ବ୍ୟାପାର ପାଉଛନ୍ତି ମିଶନ ଶକ୍ତି ମାଆ ମନେ। ୧୧,୪୦୦ କୋଟି ବ୍ୟାଙ୍କ ଋଣ ନେଇଛନ୍ତି। ଆହୁରି ରୋଜଗାର ଉପରେ ଧ୍ୟାନ ଦେବା ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ କହିଥିଲେ।

BSKY କାର୍ଡ ବିଷୟରେ ବି ସେ ବୁଝାଇଥିଲେ ୫ଟି ସଚିବ। ଗରିବ ଘରେ ରୋଗ ଆସିଲେ ଯେପରି ପରିବାର ନ ଭାଙ୍ଗି ପଡିବେ, ସେଥିପାଇଁ ଏହି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରୋଗମୁକ୍ତ କରିବାକୁ ବା ରୋଗ ସହ ଲଢ଼ିବାକୁ ଭଲ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ BSKY କରିଛନ୍ତି। ଏହା ଏକ ସ୍ମାର୍ଟ କାର୍ଡ ପରି। ଦେଶର ଭଲରୁ ଭଲ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ। ଗରିବ ପରିବାର ଏହା ଜରିଆରେ ସଶକ୍ତ ହେବେ।

ପିଲାମାନଙ୍କୁ 5T ସ୍କୁଲ କେମିତି ଲାଗୁଛି ବୋଲି ମଧ୍ୟ ପଚାରିଥିଲେ ୫ଟି ସଚିବ। ଗତକାଲି ଢେଙ୍କାନାଳ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ 5T ରେ ସାମିଲ କରିବାକୁ ଅର୍ଥ ଅନୁମୋଦନ କରିଛନ୍ତି। କଲେଜ ମ୍ୟାନେଜମେଣ୍ଟ, ପୂର୍ବତନ ଛାତ୍ର, ନିର୍ବାଚିତ ପ୍ରତିନିଧି ମିଶିକି କାମ କରି ୬ ମାସରେ ଏହି ରୂପାନ୍ତର କରିବା। ଆପଣ ମାନଙ୍କ ସ୍ୱପ୍ନ ପୂରଣ କରି ଆତ୍ମବିଶ୍ଵାସ ବଢ଼ାଇବାକୁ ଏହି ରୂପାନ୍ତର କରୁଛନ୍ତି। ଆମେ କାମ ଗୁଡିକ ମନିଟର କରିବୁ। ତେଣୁ କାମରେ ଲାଗି ପଡନ୍ତୁ ବୋଲି କହି ଉତ୍ସାହିତ କରିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍।

About The Author: The Sakala