ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଦିନଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଥାଏ। ଗତ ଶୁକ୍ରବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନୀତି ଚୂଡ଼ାନ୍ତ ହୋଇଛି। ଧନୁ ସଂକ୍ରାନ୍ତି ଡିସେମ୍ବର ୧୬ରୁ ଆରମ୍ଭ ହୋଇ ଜାନୁୟାରୀ ୧୩ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ରାତ୍ର ୨ଟାରେ ଦ୍ୱାରଫିଟା, ଭିତର ଶୋଧ ୨ଟା ୩୦, ୨ଟା ୪୫ରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେବ। ଭୋର ୫ଟା ୨୦ରୁ ୬ଟା ମଧ୍ୟରେ […]

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଦିନଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଥାଏ। ଗତ ଶୁକ୍ରବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନୀତି ଚୂଡ଼ାନ୍ତ ହୋଇଛି। ଧନୁ ସଂକ୍ରାନ୍ତି ଡିସେମ୍ବର ୧୬ରୁ ଆରମ୍ଭ ହୋଇ ଜାନୁୟାରୀ ୧୩ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ରାତ୍ର ୨ଟାରେ ଦ୍ୱାରଫିଟା, ଭିତର ଶୋଧ ୨ଟା ୩୦, ୨ଟା ୪୫ରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେବ। ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢ଼ିବ। ସକାଳ ୬ଟା ୩୦ରୁ ୮ଟା ସକାଳ ଧୂପ (କେବଳ କୋଠଭୋଗ), ୮ଟା ୨୦ରୁ ୧୦ଟା ଭୋଗମଣ୍ଡପ, ୧୦ଟା ୩୦ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ), ୧୧ଟା ୪୫ରୁ ଅପରାହ୍ନ ୧ଟା ଦ୍ୱିତୀୟ ଭୋଗମଣ୍ଡପ ହୋଇ ଅନ୍ୟାନ୍ୟ ନୀତି ଚାଲିବ।

About The Author: The Sakala