ଆଠଗଡ: ଆଜିଠୁ ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ପହିଲି ପଞ୍ଚୁକରେ ମହାପ୍ରଭୁ ଧବଳେଶ୍ୱର ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଜି ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା।
ଆସନ୍ତା ଶନିବାର ହେଉଛି ବଡ଼ ଓଷା । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ । ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦ୍ଯାପନ କରିଥାନ୍ତି ।