ଦେବଗଡ଼: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାର ଏକ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପୁଲିସ ନେଉଥିଲା । ଏହିସମୟରେ ଦେବଗଡ଼ ଜେଲ ପରିସରରୁ କନେଷ୍ଟବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଫେରାର ହୋଇଛି। ଫେରାର ଅଭିଯୁକ୍ତ ଆଉଁଳି ଗ୍ରାମର ସୁମନ ବେହେରା। କୁଣ୍ଢେଇଗୋଳା ଥାନା ପୁଲିସ ପକ୍ଷରୁ ଫେରାର ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।
ପୁଲିସକୁ ଧକ୍କା ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ
ଦେବଗଡ଼: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାର ଏକ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପୁଲିସ ନେଉଥିଲା । ଏହିସମୟରେ ଦେବଗଡ଼ ଜେଲ ପରିସରରୁ କନେଷ୍ଟବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଫେରାର ହୋଇଛି। ଫେରାର ଅଭିଯୁକ୍ତ ଆଉଁଳି ଗ୍ରାମର ସୁମନ ବେହେରା। କୁଣ୍ଢେଇଗୋଳା […]