ଦେବଗଡ଼: ବାଘ ଛାଲ ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ବନ ବିଭାଗର ଚଢାଉ। ଦେବଗଡ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ଗୋଟିଏ ଚିତାବାଘ ଛାଲ ଜବତ ହୋଇଥିବା ବେଳେ ୨ ବାଘଛାଲ ବେପାରୀଙ୍କୁ ବନ ବିଭାଗ ଗିରଫ କରିଛି।
ସୂଚନା ଅନୁଯାୟୀ, ଚିତାବାଘ ଚାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବନବିଭାଗ ମାଡି ବସିଥିଲା। ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ପ୍ରହଲ୍ଲାଦ ପରିଡାଙ୍କୁ ବନବିଭାଗ ଗିରଫ କରିଛି । ଚଢାଉ ସମୟରେ ଜଣେ ବେପାରୀ ଗିରଫ ହୋଇଥିବା ବେଳେ ବିଳମ୍ବିତ ରାତିରେ ସିମିଲିହୋତା ଗାଁର ପାଣ୍ଡବ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି।