ତାସ ଖେଳରୁ ମହାଭାରତ: ସାଙ୍ଗକୁ ହତ୍ୟା କଲା ସାଙ୍ଗ, ଦୁଇ ଜଣ ଅଟକ ଜଣେ ଫେରାର

ଦେବଗଡ଼: କୁଣ୍ଢେଇଗୋଳା ଥାନା ବୁଢାପାଳ ବିଟ ଅନ୍ତର୍ଗତ ଗମ୍ଭାରୀପାଳ ଗ୍ରାମରେ ଗତକାଲି ରାତ୍ରୀରେ ତାସ ଖେଳରୁ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି। ହତ୍ୟା କାଣ୍ଡରେ ସେହି ଗ୍ରାମର ଅଜୟ ମୁଖି ନାମକ ଯୁବକର ମୃତ୍ୟୁ ଘଟିଥିବା ବେଳେ ହତ୍ୟା କାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ଦୁଇଜଣ ଯୁବକକୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ଥିବା ଜଣା ପଡିଛି। ଏ ନେଇ ଆଜି ପୂର୍ବାହ୍ନରେ ମୃତର ଭାଇ ବିଜୟ ମୁଖିର ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା […]

ଦେବଗଡ଼: କୁଣ୍ଢେଇଗୋଳା ଥାନା ବୁଢାପାଳ ବିଟ ଅନ୍ତର୍ଗତ ଗମ୍ଭାରୀପାଳ ଗ୍ରାମରେ ଗତକାଲି ରାତ୍ରୀରେ ତାସ ଖେଳରୁ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି। ହତ୍ୟା କାଣ୍ଡରେ ସେହି ଗ୍ରାମର ଅଜୟ ମୁଖି ନାମକ ଯୁବକର ମୃତ୍ୟୁ ଘଟିଥିବା ବେଳେ ହତ୍ୟା କାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ଦୁଇଜଣ ଯୁବକକୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ଥିବା ଜଣା ପଡିଛି। ଏ ନେଇ ଆଜି ପୂର୍ବାହ୍ନରେ ମୃତର ଭାଇ ବିଜୟ ମୁଖିର ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ଜବତ କରି ନିକଟସ୍ଥ ଛେଣ୍ଡିପଦା ଡାକ୍ତରଖାନାକୁ ପଠାଇଥିବା ବେଳେ ଘଟଣା ସ୍ଥଳରୁ ଏକ ମୋବାଇଲ ଫୋନ ଓ ତାସ ପତି ଜବତ କରିଛି। ସେହିପରି ଫେରାର ଅଭିଯୁକ୍ତକୁ ଧରିବାକୁ ଦେବଗଡ଼ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ତନାଘନା ଆରମ୍ଭ କରିଛି।
ସୂଚନା ଅନୁଯାଇ ଗତକାଲି ସଦ୍ଧ୍ୟାରେ ଗମ୍ଭାରୀପାଳ ଗ୍ରାମର ଅଜୟ ମୁଖି ନିଜ ଅନ୍ୟ ତିନିଜଣ ସାଙ୍ଗଙ୍କ ସହ ଗାଁ ମୁଣ୍ଡ ଇଟାଭାଟି ପଡିଆରେ ତାସ ଖେଳୁ ଥିବାବେଳେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପୂର୍ବରୁ ମୃତ ଅଜୟଙ୍କ ମୋବାଇଲ ଫୋନ ଚୋରି ହୋଇଥିବାରୁ ସେହି କାରଣକୁ କେନ୍ଦ୍ରକରି ଅଜୟ ଓ ଫେରାର ସାଙ୍ଗ ମୁକୁନ୍ଦ ନାଏକ ମଧ୍ୟରେ ବଚସା ହୋଇଥିବା ଏବଂ ଏହି କାରଣରୁ ମୁକୁନ୍ଦ ଅଜୟଙ୍କ ମୁଣ୍ଡରେ ଏକାଧିକ ବାର ଟାଙ୍ଗିଆ ଚୋଟ ମାରିବାରୁ ଘଟଣା ସ୍ଥଳରେ ଅଜୟର ମୃତ୍ୟୁ ଘଟିଥିବା ମୃତ ଅଜୟର ବଡ଼ ଭାଇ ବିଜୟ ଅଭିଯୋଗ କରିଛି। ଗତକାଲି ରାତିରେ ଅଜୟ ଘରକୁ ନ ଫେରିବାରୁ ଆଜି ସକାଳେ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରୁଥିବା ବେଳେ ସେହି ଗ୍ରାମରେ ଥିବା ଏକ ବେଆଇନ ଇଟା ଭାଟି ନିକଟରେ ଅଜୟଙ୍କ ମୃତ ଦେହ ପଡ଼ିଥିବା ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦେଖିବା ପରେ କୁଣ୍ଢେଇଗୋଳା ଥାନା ପୁଲିସକୁ ସୂଚନା ଦେଇଥିଲେ ।

About The Author: The Sakala