ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ଦିଲ୍ଲୀରେ ଗିରଫ । ଦିଲ୍ଲୀ ପୋଲିସ ଦର୍ଶାଇଥିବା ୪ ମୌଳବାଦୀଙ୍କ ମଧ୍ୟରୁ ଓଡ଼ିଶାର ଶେଖ୍ ଇମ୍ରାନ ଅନ୍ୟତମ । ୪ ଜଣଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ ଓ ବିହାରରୁ ଆଉ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ସେଲ । ଯୁବକମାନେ ‘ଗଜୱା-ଏ-ହିନ୍ଦ’ ରେ ସାମିଲ ହେବାକୁ ଯୋଜନା କରୁଥିଲେ । ଆତଙ୍କୀ କାର୍ଯ୍ୟ ପାଇଁ QR କୋଡ୍ ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ କରୁଥିଲେ ପୁରା ଗ୍ରୁପ । ବିଭିନ୍ନ ଆତଙ୍କୀ ସଂଗଠନ କାର୍ଯ୍ୟ ପାଇଁ ଯୁବକମାନଙ୍କୁ ତାଲିମ୍ ଦେଉଥିବା ସଂଗଠନର ସକ୍ରିୟ ସଦସ୍ୟ ଥିଲା ଇମ୍ରାନ ।

କିଛିଦିନ ତଳେ ଇମ୍ରାନକୁ ଭୁବନେଶ୍ୱରର ୟୁନିଟ-୬ ବସ୍ତିରୁ ଉଠାଇଥିଲା ଦିଲ୍ଲୀ ସ୍ପେଶାଲ ସେଲ । ଘଟଣାରେ ନୋଡାଲ ଏଜେନ୍ସି ଭାବେ ଓଡ଼ିଶାରେ କାମ କରୁଛି STF । ସୂଚନା ଅନୁସାରେ, ଇମ୍ରାନ ଏକ ଛଦ୍ମବେଶୀ ଯୁବତୀ ଦ୍ୱାରା ଟ୍ରାପ ହୋଇଥିବା ଖବର ମିଳିଛି । ସିଡ଼ିଆର ଯାଞ୍ଚ ଓ ଅଭିଯୁକ୍ତର ଫୋନରୁ ମିଳିଥିବା କିଛି ତଥ୍ୟ ଏବେ ଅକଲ ଗୁଡୁମ କରିଛି । ମାଟ୍ରିକ ଫେଲ ଥିଲା ଅଭିଯୁକ୍ତ ଶେଖ ଇମ୍ରାନ। ଫୁଡ଼ ଡେଲିଭରି ବୟ ଭାବରେ ପୂର୍ବରୁ କାମ କରୁଥିଲା । ସୋସିଆଲ ମିଡିଆରେ କିଛି ଆତଙ୍କି ଲିଙ୍କରେ ପଡି ଦିଲ୍ଲୀ ଯାଇଥିଲା ଇମ୍ରାନ । ସୋସିଆଲ ମିଡିଆରେ ଏ ନେଇ ଜାତିଆଣ ମନ୍ତବ୍ୟ ସହ କିଛି ବିଭ୍ରାନ୍ତକାରୀ ପୋଷ୍ଟ କରୁଥିଲା । ୨୨ ବର୍ଷୀୟ ଶେଖ ଇମ୍ରାନ ୟୁନିଟ ୬ ଗଙ୍ଗନଗର ରେ ରହିବା ସହ ଦେଶଦ୍ରୋହ ସମ୍ପର୍କିତ ପୋଷ୍ଟ କରି ସ୍ପେଶାଲ ବ୍ରାଞ୍ଚ ନଜରକୁ ଆସିଥିଲା । ନୋଡାଲ ଏଜେନ୍ସି ଭାବେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଏସଟିଏଫ ହାତରେ ଲାଗିଛି । ମୁମ୍ବାଇ, ଦିଲ୍ଲୀ ଓ ହାଇଦ୍ରାବାଦରେ ଇମ୍ରାନର ସହଯୋଗୀ ରହିଥିବା ଜଣାପଡିଛି । ତେବେ ହନିଟ୍ରାପ କରାଇଥିବା ଯୁବତୀ ଜଣଙ୍କ କିଏ, ସେ ନେଇ ଅଧିକ ଖୋଳତାଡ଼ ଚାଲିଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ ।

About The Author: Madhusudan Das