ଭୁବନେଶ୍ବର: ଶପଥ ନେଲେ ଦୀପାଳି ଦାସ । ବିଧାନସଭାରେ ଶପଥ ନେଲେ ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ । ଦୀପାଳିଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଦୀପାଳିଙ୍କ ସହ ଉପସ୍ଥିତ ଥିଲେ ମା’ ଆଉ ଭାଇ । ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ରୀତା ସାହୁ ମଧ୍ୟ ଉପସ୍ଥିତ ଥିଲେ ।
ଶପଥ ନେଇ ଦୀପାଳି କହିଛନ୍ତି, ସାମ୍ବିଧାନିକ ନୀତି ନୟମ ହିସାବରେ ଆଜି ଶପଥ ନେଇଛି । ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ । ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ ସାକାର କରିବି । ସବୁବେଳେ ଝାରସୁଗୁଡ଼ାବସୀଙ୍କ ସେବାରେ ରହିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାପାଙ୍କ ସ୍ବପ୍ନ ପୂରା କରିବି ବୋଲି କହିଛନ୍ତି ଦୀପାଳି ଦାସ ।