ଭୁବନେଶ୍ୱରର ଏକ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ନନ୍ଦନକାନନ ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍ ପୋଖରୀରୁ ଉଦ୍ଧାର କରାଯାଇଛି ଜଣେ ଛାତ୍ରୀଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି। ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ ତାଙ୍କ ଘର। ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ମେକାନିକାଲ୍‌ ପ୍ରଫେସର ଅଛନ୍ତି। ପରିବାର ସହ ଯୁବତୀ ଜଣକ ରଘୁନାଥପୁରରେ ଭଡାରେ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ନନ୍ଦନକାନନ ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍ ପୋଖରୀରୁ ଉଦ୍ଧାର କରାଯାଇଛି ଜଣେ ଛାତ୍ରୀଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି। ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ ତାଙ୍କ ଘର। ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ମେକାନିକାଲ୍‌ ପ୍ରଫେସର ଅଛନ୍ତି। ପରିବାର ସହ ଯୁବତୀ ଜଣକ ରଘୁନାଥପୁରରେ ଭଡାରେ ରହୁଥିଲେ। ତେବେ ଗତକାଲି ରାତିରେ କିନ୍ତୁ ସେ ଘରୁ ପଳାଇ ଆସିଥିଲେ। ଜେଇଇ ଏଣ୍ଟ୍ରାନ୍ସରେ ରେଜଲ୍ଟ ଭଲ ନେହେବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ । ଫାର୍ମ ହାଉସକୁ ଛାତ୍ରୀ ଜଣକ କେମିତି ଆସିଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

About The Author: The Sakala