‘ରାଜ୍ଯରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ଯୁ’- ବାଚସ୍ପତି

ଭୁବନେଶ୍ଵର: କରୋନା ପୁଣି ଥରେ କାୟା ମେଲାଉଛି। ଦେଶ ଏବଂ ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ହରାଇବା ପାଇଁ ଗାଇଡଲାଇନ ମଧ୍ଯ ଜାରି କରଯାଇଛି। କିଛି ଲୋକ ଗାଇଡଲାଇନକୁ ମାନୁଥିବା ବେଳେ କିଛି ଅମାନିଆ ଏହାକୁ ପାଳନ କରୁନାହାନ୍ତି। ଅମନିଆଙ୍କୁ କାବୁ କରିବା ପାଇଁ ମଧ୍ଯ ବିଭିନ୍ନସ୍ଥାନରେ ସଚେତନତା ସହ ଚଢ଼ାଉ ମଧ୍ୟ କରାଯାଉଛି। ଆସନ୍ତାକାଲିଠୁ  ୧୦ଟା ଜିଲାରେ ନାଇଟ କର୍ଫ୍ଯୁ ମଧ୍ଯ ଜାରି ହେବ। ତେଣୁ ଆଗାମି ଦିନରେ କରୋନାକୁ ମାତ […]

ଭୁବନେଶ୍ଵର: କରୋନା ପୁଣି ଥରେ କାୟା ମେଲାଉଛି। ଦେଶ ଏବଂ ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ହରାଇବା ପାଇଁ ଗାଇଡଲାଇନ ମଧ୍ଯ ଜାରି କରଯାଇଛି। କିଛି ଲୋକ ଗାଇଡଲାଇନକୁ ମାନୁଥିବା ବେଳେ କିଛି ଅମାନିଆ ଏହାକୁ ପାଳନ କରୁନାହାନ୍ତି। ଅମନିଆଙ୍କୁ କାବୁ କରିବା ପାଇଁ ମଧ୍ଯ ବିଭିନ୍ନସ୍ଥାନରେ ସଚେତନତା ସହ ଚଢ଼ାଉ ମଧ୍ୟ କରାଯାଉଛି। ଆସନ୍ତାକାଲିଠୁ  ୧୦ଟା ଜିଲାରେ ନାଇଟ କର୍ଫ୍ଯୁ ମଧ୍ଯ ଜାରି ହେବ। ତେଣୁ ଆଗାମି ଦିନରେ କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ଦିନ ବେଳା କର୍ଫ୍ୟୁ ଲାଗୁ କରିପାରନ୍ତି। ଏ ନେଇ ରବିବାର ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସଙ୍କେତ ମଧ୍ୟ ଦେଇଛନ୍ତି।

କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି କହିଛନ୍ତି ଯେ, ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ। କରୋନା ସଂକ୍ରମଣ ବଢୁଥିବାରୁ ଆଗାମୀ ୪/୫ ଦିନ ଭିତରେ କର୍ଫ୍ୟୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ଅନୁଧ୍ୟାନ କରୁଛନ୍ତି। କରୋନାକୁ ନେଇ ସମସ୍ତେ ସଚେତନ ହେବା ଦରକାର ବୋଲି ବାଚସ୍ପତି କହିଛନ୍ତି।

About The Author: The Sakala