୧୨,୦୦୦ ଉପରେ ଦେଶରେ ଦୈନିକ ସଂକ୍ରମଣ, ୪୨ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି ବି ଦୈନିକ କରୋନା ସଂଖ୍ୟା ୧୨ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୧୨,୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ଟିଭ୍ କେସ୍‌ ୬୭,୫୫୬ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୪,୪୮,୮୧,୮୭୭ ହୋଇଛି। ଦିନକରେ ୪୨ ଜଣଙ୍କର ଜୀବନ ନେଇଛି କରୋନା। କେବଳ କେରଳରେ ପୁନଃ ଗଣନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନୂଆ ମୃତ୍ୟୁ ସଂଖ୍ୟାକୁ […]

ନୂଆଦିଲ୍ଲୀ: ଦେଶରେ ଆଜି ବି ଦୈନିକ କରୋନା ସଂଖ୍ୟା ୧୨ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୧୨,୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ଟିଭ୍ କେସ୍‌ ୬୭,୫୫୬ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୪,୪୮,୮୧,୮୭୭ ହୋଇଛି। ଦିନକରେ ୪୨ ଜଣଙ୍କର ଜୀବନ ନେଇଛି କରୋନା। କେବଳ କେରଳରେ ପୁନଃ ଗଣନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୩୦୦ ହୋଇଛି।

About The Author: The Sakala