ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୩୩୨ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୬୪ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮ ଲକ୍ଷ ୧୯ ହଜାର ୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୮୫୩ ସଂକ୍ରମିତ । ସେହିଭଳି କଟକରୁ ୩୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୫୬୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳରୁ ୩୮୫, ବାଲେଶ୍ୱରରୁ ୩୭୩, ବରଗଡ଼ ୯୯, ଭଦ୍ରକ ୩୭୦, ବଲାଙ୍ଗୀର ୭୭ , ବୌଦ୍ଧ ୭୩, କଟକ ୮୬୮, ଦେବଗଡ଼ ୨୨, ଢେଙ୍କାନାଳ ୩୦୬, ଗଜପତି ୪୪, ଗଞ୍ଜାମ ୩୫, ଜଗତସିଂହପୁର ୨୩୨, ଯାଜପୁର ୪୧୩, ଝାରସୁଗୁଡ଼ା ୫୪, କଳାହାଣ୍ଡି ୫୩ , କନ୍ଧମାଳ ୫୩, କେନ୍ଦ୍ରାପଡ଼ା ୨୩୫, କେନ୍ଦୁଝର ୧୩୦, କୋରାପୁଟ ୧୨୯, ମାଲକାନଗିରି ୧୧୬ , ମୟୂରଭଞ୍ଜ ୨୬୧, ନବରଙ୍ଗପୁର ୧୭୪, ନୟାଗଡ଼ ୧୭୭, ନୂଆପଡ଼ା ୩୭, ପୁରୀ ୨୪୧, ରାୟଗଡ଼ା ୧୬୬, ସମ୍ୱଲପୁର ୯୨, ସୋନପୁର ୭୭, ସୁନ୍ଦରଗଡ଼ ୧୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।