ଭୁବନେଶ୍ବର: ବାତ୍ୟା ପ୍ରଭାବରେ ପବନର ଝଟକା ସାଙ୍ଗକୁ ମାଡି ଆସୁଥିଲା ସମୁଦ୍ର। ଏତିକି ବେଳେ ଭଗବାନଙ୍କୁ ସୁରକ୍ଷା କରିବା ଲାଗି ଭକ୍ତ ବାହାରିଛି। ଖାଁ ଖାଁ ବେଳାଭୂମି ଶୂନଶାନ ସମୁଦ୍ରକୂଳକୁ ଯାଇ ଭଗାବାନଙ୍କୁ କୋଳେଇ ଆଣିଛି ଭକ୍ତ। ସମସ୍ତେ ଚାଲିଗଲେଣି ସୁରକ୍ଷିତ ସ୍ଥାନକୁ। ହେଲେ ଭକ୍ତ ଭଗବାନଙ୍କୁ ଛାଡି ଏକୁଟିଆ ସୁରକ୍ଷା ସ୍ଥାନକୁ ଯାଇପାରିନି। ଯଦି ଯିବି ତତେ ନେଇକି ଯିବି। ମୁଁ ଭାସିବିନି କି ମୋ ଭଗବାନଙ୍କୁ ଭାସିବାକୁ ଦେବିନି। ଏହପରି ଏକ ଭକ୍ତ ଦାରୁ ଦେବାତାଙ୍କୁ ଝଡ ମୁଁହରୁ ଉଦ୍ଧାର କରିବା ପାଇଁ ପ୍ରାଣ ମୁର୍ଚ୍ଛା ଚେଷ୍ଟା କରୁଥିବା ଫଟୋ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଯେଉଁଥିରେ ଜଣେ ପୂଜକ ଭଗବାନଙ୍କୁ ନିଜ ବାହୁରେ କୋଳେଇ ନେଇଛନ୍ତି। ଏହି ଫଟୋରେ ଦେଖିଲେ ଯାହା ଜଣାପଡୁଛି ବାତ୍ୟା ସମୟର ଏହି ଦୃଶ୍ୟ । ହେଲେ ଏହା କେଉଁ ଅଞ୍ଚଳର ସ୍ପଷ୍ଟ ଜାଣାପଡ଼ି ନାହିଁ।
image credit- financial express
ଯାହା ଚ୍ଚିତ୍ରରୁ ଜଣାପଡ଼ୁଛି, ବାତ୍ୟାରେ ସମୁଦ୍ର ମାଡି ଆସିଛି। ସମୁଦ୍ର କୂଳରୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଉଦ୍ଧାର କରି ପୂଜକ ଜଣକ ସୁରକ୍ଷା ସ୍ଥାନକୁ ନେଇ ଯାଉଛନ୍ତି। ବିପଦ ସମୟରେ ଭଗବାନଙ୍କୁ ଭକ୍ତ ଏକାଟୁଆ ଛାଡି ନ ଯାଇ ସାଙ୍ଗରେ ନେଉଥିବା ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ହୋଇଛି। ଯାହା ଫଳରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହି ଫଟୋଟି ବେଶ ପସନ୍ଦ ଆସିଛି। କେହି କେହି ସୋଶିଆଲ ମିଡିଆରେ କହୁଛନ୍ତି ଏଇ ଆମ ପରମ୍ପରା ବିପଦ ସମୟରେ ଭକ୍ତ ହୁଅନ୍ତୁ କିମ୍ବା ଭଗବାନ ସମସ୍ତଙ୍କୁ ରକ୍ଷା କରିବା ହେଉଛି ମାନବ ଜାତିର ଧର୍ମ। ଏ ଫଟୋଟି ବେଶ୍ ଭାଇରାଲ ହେବାରେ ଲାଗିଛି। ଯିଏ ଜଗତକୁ ସୁରକ୍ଷା ଦେଉଛି ତାକୁ କେମିତି ଭକ୍ତ ଛାଡି ଚାଲିଯିବ। ତେତେ ଛାଡି ଦେଇ କଣ ମୁଁ ସୁରକ୍ଷା ସ୍ଥାନକୁ ଯାଇପାରିବି। ଯଦି ଯିବି ତତେ ନେଇକି ଯିବି। ମୁଁ ଭାସିବିନି କି ମୋ ଭଗବାନଙ୍କୁ ଭାସିବାକୁ ଦେବିନି। ଏମିତି ଅନେକ କିଛି ଭାବନା ଉକ୍ତ ଫଟୋରେ ଦେଖିବାକୁ ମିଳୁଛି।