ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ୟସ। ଭଦ୍ରକରେ ବାତ୍ୟା କରାଳ ରୂପ ଦେଖାଉଛି। ପବନର ଗର୍ଜନ ସାଙ୍ଗକୁ ଜୋରସୋରରେ ଚାଲିଛି ବର୍ଷା। ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ସମୁଦ୍ର ପାଣି ମାଡ଼ି ଆସିଥିବା ଜଣାପଡ଼ିଛି । ମୁଖ୍ୟ ରାସ୍ତା ଉପରେ ଏକ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଧାମରା ଠାରୁ ମାତ୍ର ୪୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୪୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।
ଅନ୍ୟପଟେ ବାତ୍ୟା ବାଲେଶ୍ୱରରୁ ଏବେ ୯୦ କିଲୋମିଟର ଦୂରରେ ଅଛି । ସେହିପରି ଦୀଘା ଠାରୁ ମଧ୍ୟ ୯୦ କିମି ଦୂରରେ ବାତ୍ୟା ୟସ୍ । ତେବେ ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା ।
ତେବେ ପାରାଦୀପରେ ୧୩୭ ମି.ମି ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ଏବେ ୭୦-୮୦ ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କିମି ପ୍ରତି ଘଣ୍ଟାରେ ପବନ ବହୁଛି।