ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାର ରୂପ ନେଲା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ମୋକା’ । ଘଣ୍ଟା ପ୍ରତି ୯ କି.ମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି ‘ମୋକା’ । ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ‘ମୋକା’ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ । କେତେକାଂଶରେ ଏହା ୧୭୫ କିଲୋମିଟର ବେଗରେ ପହଞ୍ଚିବା […]

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାର ରୂପ ନେଲା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ମୋକା’ । ଘଣ୍ଟା ପ୍ରତି ୯ କି.ମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି ‘ମୋକା’ । ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆଶଙ୍କା କରାଯାଉଛି ।

ବାତ୍ୟା ‘ମୋକା’ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ । କେତେକାଂଶରେ ଏହା ୧୭୫ କିଲୋମିଟର ବେଗରେ ପହଞ୍ଚିବା ଆଶଙ୍କା ରହିଛି । ମୋକା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘୁଆ ରହିବ । ଆଜି ଓ ଆସନ୍ତା କାଲି ସାମାନ୍ୟ ତାତିରୁ ସାମାନ୍ୟ ନିସ୍ତାର ମିଳିବ । ୧୫ରୁ ଅସହ୍ୟ ଗରମ ହେବ ବୋଲି କହିଛି ପାଣିପାଗ ବିଭାଗ ।

About The Author: The Sakala