ସାଇବର୍‌‌ ଠକଙ୍କ ଅଭିନବ ତରିକା: ‘ଏୟାର୍‌ପୋର୍ଟରେ ଧରାପଡ଼ିଛି ଆପଣଙ୍କ ପାର୍ସଲ୍‌‌, ପାର୍ସଲରେ ରହିଛି ନିଶାଦ୍ରବ୍ୟ !’

ଭୁବନେଶ୍ୱର: ‘ଆପଣଙ୍କ ନାମରେ ପାର୍ସଲ ଆସିଛି, ପାର୍ସଲରେ ନିଶାଦ୍ରବ୍ୟ ରହିଛି। ଦିଲ୍ଲୀ କଷ୍ଟମ ଅଧିକାରୀ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଆପଣ ଅନଲାଇନ୍‌‌ ପେମେଣ୍ଟ ଜରିଆରେ ୧ଲକ୍ଷ ଟଙ୍କା ଦେଇ ଆମ ଦିଲ୍ଲୀସ୍ଥିତ ଅଫିସରୁ ଆପଣଙ୍କ ପାର୍ସଲ ନେଇଯାଆନ୍ତୁ’। ହଠାତ୍‌‌ ଏଭଳି ଫୋନ୍‌‌ କଲ୍‌‌ ପାଇଲା ପରେ କାର୍ଯ୍ୟାନୁଷ୍ଠାନ ଭୟରେ କେହି କେହି ଟଙ୍କା ମଧ୍ୟ ଦେଇଦେବେ। କିନ୍ତୁ ଏହା ସାଇବର୍‌‌ ଠକଙ୍କର ଏକ ନୂଆ ତରିକା। ଲୋକଙ୍କୁ ଏଭଳି ଭୟଭୀତ କରି […]

ଭୁବନେଶ୍ୱର: ‘ଆପଣଙ୍କ ନାମରେ ପାର୍ସଲ ଆସିଛି, ପାର୍ସଲରେ ନିଶାଦ୍ରବ୍ୟ ରହିଛି। ଦିଲ୍ଲୀ କଷ୍ଟମ ଅଧିକାରୀ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଆପଣ ଅନଲାଇନ୍‌‌ ପେମେଣ୍ଟ ଜରିଆରେ ୧ଲକ୍ଷ ଟଙ୍କା ଦେଇ ଆମ ଦିଲ୍ଲୀସ୍ଥିତ ଅଫିସରୁ ଆପଣଙ୍କ ପାର୍ସଲ ନେଇଯାଆନ୍ତୁ’। ହଠାତ୍‌‌ ଏଭଳି ଫୋନ୍‌‌ କଲ୍‌‌ ପାଇଲା ପରେ କାର୍ଯ୍ୟାନୁଷ୍ଠାନ ଭୟରେ କେହି କେହି ଟଙ୍କା ମଧ୍ୟ ଦେଇଦେବେ। କିନ୍ତୁ ଏହା ସାଇବର୍‌‌ ଠକଙ୍କର ଏକ ନୂଆ ତରିକା। ଲୋକଙ୍କୁ ଏଭଳି ଭୟଭୀତ କରି ସାଇବର୍‌‌ ଅପରାଧୀମାନେ ଟଙ୍କା ଲୁଟୁଥିବା ଘଟଣା ସାମ୍ନାକୁ ଆସୁଛି। ଅନେକ ଅଭିଯୋଗ ହେବା ସହ ଠକେଇ ସଂଖ୍ୟା ବଢ଼଼ିବାରୁ ସଚେତନ କରିଛି କମିସନରେଟ ପୁଲିସ। ଖୋଦ୍‌‌ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନ କରିବା ସହ ଏଭଳି କଲ୍‌‌ ଠାରୁ କିପରି ଦୂରେଇ ରହିବେ, ସେଥିଲାଗି ପରାମର୍ଶ ଦେଇଛନ୍ତି।

ଏକ ଅଜଣା ନମ୍ବରରୁ ଜଣେ ବ୍ୟକ୍ତିଙ୍କୁ କଲ୍‌‌ ଆସୁଛି। କଲ୍‌‌ ଉଠାଇବା ପରେ ପାର୍ସଲ ଆସୁଛି, ସେଥିରେ ବ୍ରାଉନ୍‌‌ସୁଗର କିମ୍ବା ଅନ୍ୟାନ୍ୟ ବେଆଇନ୍‌‌ ସାମଗ୍ରୀ ଆସୁଛି। ଏଥିଲାଗି ୱାରେଣ୍ଟ ଆସିଛି, ଗିରଫ କରାଯିବ। ଉକ୍ତ କଲ୍‌‌କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟ ସଂଯୋଗ କରି ସ୍କାଇପି ଲିଙ୍କ୍‌‌ରେ ଯୋଡ଼ି ଦିଆଯାଉଛି। ସମ୍ପୃକ୍ତ ସାଇବର ଅପରାଧୀ ପୁଲିସ ଅଧିକାରୀ ବେଶରେ ପୁଲିସ ପୋଷାକ ପିନ୍ଧି ଭିଡିଓ କଲ୍‌‌ରେ ପୀଡ଼ିତାଙ୍କ ସହ କଥା ହେଉଛି। ଫୋନ୍‌‌ ନ କାଟିବା ଲାଗି ପରାମର୍ଶ ଦେବା ସହ ତାଙ୍କୁ ଅନ୍‌‌ଲାଇନ୍‌‌ ଗିରଫ କରାଯାଉଥିବା କୁହାଯାଉଛି। ସମ୍ପୃକ୍ତି ପୀଡ଼ିତା ସେମାନଙ୍କର ହେପାଜତରେ ରହିଛ ବୋଲି କୁହାଯାଉଛି। ପରେ ପୀଡ଼ିତାଙ୍କୁ ଅନେକ ସମୟ ଧରି ଗୋଟିଏ ସ୍ଥାନରେ ବସିବାରେ ମାନସିକ ଭାରସ୍ୟମ ହରାଇ ବସୁଛି। ତେବେ ପୀଡ଼ିତା ମାନସିକ ସନ୍ତୁଳନ ହରାଇବା ପରେ ବ୍ୟାଙ୍କରେ ଥିବା ଜମାଟଙ୍କା ଦେବାକୁ ବାଧ୍ୟ କରାଯାଉଛି। ପରେ ବ୍ୟାଙ୍କ ବିଷୟରେ ସର୍ବିଶେଷ ତଥ୍ୟ ଦେବାକୁ କୁହାଯାଉଛି। ଏହି ଡିଜିଟାଲ ଗିରଫ ଦୁଇରୁ ୩ଦିନ ପର୍ଯ୍ୟନ୍ତ ଜାରିରହୁଛି। ପୀଡ଼ିତାଙ୍କୁ ଏକ ସ୍ଥାନରେ ବସାଇ ଡରାଇବା ସହ ଗିରଫଦାରୀ ଭୟ ଦେଖାଉଛନ୍ତି। ଏତେ ମାତ୍ରରେ ଭୟଭୀତ କରୁଛନ୍ତି ଯେ, ସାଇବର୍‌‌ ଠକ ଇସାରାରେ ସମ୍ପୃକ୍ତ ବ୍ୟକ୍ତି କାମକରୁଛି। ଆଉ ପୀଡ଼ିତା ଯାଇ ଆକାଉଣ୍ଟରୁ ସବୁ ଟଙ୍କା ଦେଇଦେଉଛି। ଏହି ସବୁ ପ୍ରକାର କଲ୍‌‌ ଠାରୁ ଦୂରେଇ ରୁହନ୍ତୁ। ସାଇବର୍‌‌ ଅପରାଧୀଙ୍କ ଏସମସ୍ତ କାରନାମା। ଏଭଳି କୌଣସି ପ୍ରକାରର ଗିରଫ ପୁଲିସ ଦ୍ୱାରା କରାଯାଏନାହିଁ। ଯଦି ଆପଣଙ୍କୁ ଏଭଳି କଲ୍‌‌ ଆସୁଛି, ସେସବୁକୁ ବିଶ୍ୱାସ କରନ୍ତୁନି। ତୁରନ୍ତ ନିକଟସ୍ଥ ଥାନା କିମ୍ବା ସାଇବର୍‌‌ ଥାନାକୁ ଯାଇ ଜଣାନ୍ତୁ। ଏଥିସହ ସାଇବର୍‌‌ ହେଲ୍ପଡେସ୍କ ବି ଅଭିଯୋଗ କରିପାରିବେ। ଯଦି ଟଙ୍କା ଦେଇଛନ୍ତି, ତେବେ ୧୯୩୦କୁ କଲ୍‌‌ କରନ୍ତୁ। ଭୁବନେଶ୍ୱର ସହରାଞ୍ଚଳରେ ଥିବା ସାଇବର ହେଲ୍ପଡେସ୍କର ନମ୍ବର୭୪୪୦୦୦୬୭୦୯କୁ କଲ୍‌‌ କରିବାକୁ ଡିସିପି ପ୍ରତୀକ ସିଂ ଅପିଲ୍‌‌ କରିଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ଅନ୍ତର୍ଜାତୀୟ କୋରିଅର କମ୍ପାନୀରେ ବିଭିନ୍ନ ସାମଗ୍ରୀ ବାହାର ଦେଶକୁ ରପ୍ତାନି କିମ୍ୱା ଆମଦାନି କରାଯାଇଥାଏ। କଲ୍‌‌ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଏକ କୋରିଅର କମ୍ପାନିର କଷ୍ଟମର୍‌‌ କେୟାର୍‌‌ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ବ୍ୟକ୍ତି ଜଣଙ୍କ କହିଥିଲେ ଯେ ତାଙ୍କ ନାମରେ କିଛି ସାମଗ୍ରୀ ଫ୍ରାନ୍ସକୁ ପଠାଯାଉଛି। ଦିଲ୍ଲୀରେ ଏହାର ଯାଞ୍ଚ ପାଇଁ ପୁରୁଷଙ୍କ ମୋବାଇଲ୍‌‌ ନମ୍ୱରକୁ ଏକ ଓଟିପି ଆସିଥିବା କହି ମାଗିଥିଲେ। କିନ୍ତୁ ମହିଳା ଜଣଙ୍କ କୌଣସି ସାମଗ୍ରୀ ପଠାଇନାହାନ୍ତି ବୋଲି କହିଥିଲେ। ମାତ୍ର ପାର୍ସଲରେ ତାଙ୍କ ଫୋନ୍‌‌ ନମ୍ୱର ରହିଛି। ପାର୍ସଲରେ ନିଶା ଦ୍ରବ୍ୟ ଥିବା ଚିହ୍ନଟ କରାଯାଇଛି। ଏଥିପାଇଁ ଦିଲ୍ଲୀ ପୁଲିସ ଆପଣଙ୍କ ନାମରେ ନୋଟିସ ବାହାର କରିବ। ଏଥିରୁ ବଞ୍ଚିବା ପାଇଁ ୧ଲକ୍ଷ ଟଙ୍କା ଦେବାକୁ ଠକ ଧମକାଇଥିଲା। କିଛି ସମୟ ପରେ ହ୍ୱାଟ୍ସଆପରେ ଏକ ଦିଲ୍ଲୀ ପୁଲିସ ଲୋଗୋ ଥିବା ଏକ ନୋଟିସ ଆସିଥିଲା। ପରେ ଭିଓଆଇପି ମାଧ୍ୟମରେ ଏକ ଅନଲାଇନ୍‌‌ କଲ ଆସିଥିଲା। କଲ୍‌‌ କରିଥିବା ବ୍ୟକ୍ତି ନିଜକୁ ଦିଲ୍ଲୀ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ଥାନାରେ ହାଜର ହେବାକୁ କହିଥିଲା। କିଛି ସମୟ କଥା ହେବା ପରେ ଘଟଣାକୁ ସମାଧାନ କରିବାକୁ ଟଙ୍କା ମାଗିଥିଲା। କିନ୍ତୁ ସେ ଟଙ୍କା ଦେବାକୁ ମନା କରିବା ପରେ ଫୋନ୍‌‌ କଟିଯାଇଥିଲା। ଏପରିଭାବେ ଫେଡ୍‌‌ଏକ୍ସ, ବ୍ଳୁ ଡାର୍ଟ, ଆରମାକ୍ସ ଭଳି ନାମୀଦାମୀ କମ୍ପାନି ନାମରେ ଲୋକଙ୍କ ଠାରୁ ଠକେଇ ହେଉଥିବା ଅଭିଯୋଗ ରହିଛି। କିଛି ଦିନ ତଳେ ନୂଆପଲ୍ଲୀର ରତ୍ନା ତ୍ରିପାଠୀଙ୍କୁ ପାର୍ସଲ ଆସିଛି କହିଥିଲେ। ସେଥିରେ ୬ଟି ପାସ୍‌‌ପୋର୍ଟ, ଗୋଟିଏ ଲାପ୍‌‌ଟପ୍‌‌, ୫ଟି ଏଟିଏମ୍‌‌ ଏବଂ ୧୫୦ଗ୍ରାମ ଡ୍ରଗ୍ସ ରହିଛି। ଟଙ୍କା ନ ଦେଲେ ଫସିଯିବେ ବୋଲି କହି ଠକେଇ କରି ଦେଇଥିଲେ।

About The Author: The Sakala