ଗାଧୋଇବା ବେଳେ ଡମଡମଣୀ ପୀଠ ନିକଟ ଡ୍ୟାମରେ ବୁଡ଼ି ଜଣେ ନିଖୋଜ

କଟକ : ଚୌଦ୍ୱାର ଡମଡମଣି ପୀଠ ନିକଟରେ ଥିବା ଡ୍ୟାମ ରେ ଅଘଟଣ । ଗାଧୋଇବା ବେଳେ ଡ୍ୟାମରେ ବୁଡ଼ି ଜଣେ ନିଖୋଜ ହୋଇଛନ୍ତି। କଟକ ସିଡିଏ ଅଞ୍ଚଳର ୬ ଜଣ ସାଙ୍ଗ ଭୋକି ଭାତ କରିବାକୁ  ଚୌଦ୍ୱାର ଡମଡମଣି ପୀଠକୁ ଆସିଥିଲେ। ତେବେ ଭୋଜି ଖାଇବା ପୂର୍ବରୁ ନିକଟରେ ଥିବା ଡ୍ୟାମକୁ ଗାଧୋଇବା ପାଇଁ ଯାଇଥିଲେ। ଡ୍ୟାମରେ ଗାଧୋଉଥିବା ବେଳେ ୪ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ତେବେ ୪ ଜଣ ବୁଡିଯିବା ଦେଖି ସ୍ଥାନୀୟ […]

କଟକ : ଚୌଦ୍ୱାର ଡମଡମଣି ପୀଠ ନିକଟରେ ଥିବା ଡ୍ୟାମ ରେ ଅଘଟଣ । ଗାଧୋଇବା ବେଳେ ଡ୍ୟାମରେ ବୁଡ଼ି ଜଣେ ନିଖୋଜ ହୋଇଛନ୍ତି। କଟକ ସିଡିଏ ଅଞ୍ଚଳର ୬ ଜଣ ସାଙ୍ଗ ଭୋକି ଭାତ କରିବାକୁ  ଚୌଦ୍ୱାର ଡମଡମଣି ପୀଠକୁ ଆସିଥିଲେ। ତେବେ ଭୋଜି ଖାଇବା ପୂର୍ବରୁ ନିକଟରେ ଥିବା ଡ୍ୟାମକୁ ଗାଧୋଇବା ପାଇଁ ଯାଇଥିଲେ। ଡ୍ୟାମରେ ଗାଧୋଉଥିବା ବେଳେ ୪ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ।

ତେବେ ୪ ଜଣ ବୁଡିଯିବା ଦେଖି ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡିଛି। ନିଖୋଜ ଯୁବକ ଜଣଙ୍କ କଟକ ସିଡିଏ ୭ ଅଞ୍ଚଳର ଅଂଶୁମାନ ନାୟକ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଚୌଦ୍ୱାର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଜାରି ରଖିଛି।

About The Author: The Sakala