୨୨ ବର୍ଷ ପରେ ଧରାପଡ଼ିଲେ ଅଭିଯୁକ୍ତ ଦୁଇ ଭାଇ

କଟକ : ଏକ ଗଣ୍ଡଗୋଳ ମାମଲାରେ ଫେରାର ହୋଇଯାଇଥିବା ଦୁଇ ଭାଇ ଦୀର୍ଘ ୨୨ ବର୍ଷ ପରେ ପୁଲିସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଲାଲବାଗ ପୁଲିସ ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ସେଖ ବଜାର ଅଞ୍ଚଳର ହେମନ୍ତ(୫୨) ଓ ଶ୍ରୀକାନ୍ତ ଦଳାଇ(୫୦)। ୧୯୯୯ରେ ଶେଖ ବଜାର ଅଞ୍ଚଳରେ ଏକ ବଡ଼ ଧରଣର ଗଣ୍ଡଗୋଳରେ ଦୁଇ ଭାଇଙ୍କ ସଂପୃକ୍ତି ଥାଇ ସେମାନେ ଫେରାର ହୋଇଯାଇଥିଲେ। ଲାଲବାଗ ପୁଲିସ ସେମାନଙ୍କୁ ୱାରେଣ୍ଟି ବଳରେ ସେଖ ବଜାର […]

କଟକ : ଏକ ଗଣ୍ଡଗୋଳ ମାମଲାରେ ଫେରାର ହୋଇଯାଇଥିବା ଦୁଇ ଭାଇ ଦୀର୍ଘ ୨୨ ବର୍ଷ ପରେ ପୁଲିସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଲାଲବାଗ ପୁଲିସ ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ସେଖ ବଜାର ଅଞ୍ଚଳର ହେମନ୍ତ(୫୨) ଓ ଶ୍ରୀକାନ୍ତ ଦଳାଇ(୫୦)। ୧୯୯୯ରେ ଶେଖ ବଜାର ଅଞ୍ଚଳରେ ଏକ ବଡ଼ ଧରଣର ଗଣ୍ଡଗୋଳରେ ଦୁଇ ଭାଇଙ୍କ ସଂପୃକ୍ତି ଥାଇ ସେମାନେ ଫେରାର ହୋଇଯାଇଥିଲେ। ଲାଲବାଗ ପୁଲିସ ସେମାନଙ୍କୁ ୱାରେଣ୍ଟି ବଳରେ ସେଖ ବଜାର ସ୍ଥିତ ଘରେ ଚଢଉ କରି ଗିରଫ କରିଛି।

About The Author: The Sakala