ସୁପ୍ରିମକୋର୍ଟ କଲେଜିୟମର ଅନୁମୋଦନ: ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ଦୁଇ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୨ଜଣଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଅନୁମୋଦନ କରାଯାଇଛି। ଆଜି ସୁପ୍ରିମକୋର୍ଟ କଲେଜିୟମର ବୈଠକରେ ଏହା ଉପରେ ମୋହର ବାଜିଛି। ଏ ସଂକ୍ରାନ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ଜଣଙ୍କ ମଧ୍ୟରେ ଜଣେ ବିଚାରବିଭାଗୀୟ ଅଧିକାରୀ ରହିଥିବା ବେଳେ ଅନ୍ୟ ଜଣେ ଆଇନଜୀବୀ ଅଛନ୍ତି। ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଥିବା ଦୁଇଜଣ ହେଉଛନ୍ତି ଶିବଶଙ୍କର ମିଶ୍ର ଓ […]

କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୨ଜଣଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଅନୁମୋଦନ କରାଯାଇଛି। ଆଜି ସୁପ୍ରିମକୋର୍ଟ କଲେଜିୟମର ବୈଠକରେ ଏହା ଉପରେ ମୋହର ବାଜିଛି। ଏ ସଂକ୍ରାନ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ଜଣଙ୍କ ମଧ୍ୟରେ ଜଣେ ବିଚାରବିଭାଗୀୟ ଅଧିକାରୀ ରହିଥିବା ବେଳେ ଅନ୍ୟ ଜଣେ ଆଇନଜୀବୀ ଅଛନ୍ତି। ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଥିବା ଦୁଇଜଣ ହେଉଛନ୍ତି ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା।

ଗତ ଜାନୁଆରୀ ୧୭ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବରିଷ୍ଠ ବିଚାରପତିଙ୍କ ସହ ଆଲୋଚନା ପରେ ଶ୍ରୀ ମିଶ୍ର ଏବଂ ଶ୍ରୀ ବେହେରାଙ୍କ ନାମ ସୁପାରିଶ କରିଥିଲେ । ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ନାମ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନା ଅନୁସାରେ ୧୯୯୧ରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିବା ଶ୍ରୀ ମିଶ୍ରଙ୍କ ୩୦ ବର୍ଷର ଅଭିଜ୍ଞତା ରହିଛି । ସିଭିଲ୍‌, କ୍ରିମିନାଲ ଏବଂ ସର୍ଭିସ୍‌ ଲ’ ସମ୍ପର୍କିତ ମାମଲା ପରିଚାଳନାରେ ଶ୍ରୀ ମିଶ୍ର ବେଶ୍‌ ସିଦ୍ଧହସ୍ତ । ଶ୍ରୀ ମିଶ୍ର ଓଡ଼ିଶା ସରକାରଙ୍କ ପାଇଁ ସୁପ୍ରିମ୍‌ କୋର୍ଟରେ ମାମଲା ପରିଚାଳନା କରିଛନ୍ତି । ବିଭିନ୍ନ ସମୟରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଆଇନ୍‌ ପରାମର୍ଶଦାତା ଭାବେ ଅଭିଜ୍ଞତା ଅର୍ଜନ କରିଛନ୍ତି । ଅପରପକ୍ଷେ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ବେହେରା ମଧ୍ୟ ନିଜ ଦକ୍ଷତା ପ୍ର୍‌ତିପାଦିତ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଏବଂ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଶ୍ରୀ ବେହେରାଙ୍କୁ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ କରିବା ଲାଗି ସୁପାରିଶ କରାଯାଇଛି ।

About The Author: The Sakala