ଏସ୍‌‌ସିବି ଇତିହାସରେ ପ୍ରଥମ : ସଫଳତାର ସହ ହେଲା ‘ଭାସକୁଲାରାଇଜଡ୍’ ଲିମ୍ପନୋଡ଼ ଟ୍ରାନ୍ସଫର’ ପଦ୍ଧତିରେ ଅସ୍ତ୍ରୋପଚାର

କଟକ : ଏସ୍‌‌ସିବି ମେଡିକାଲରେ ପ୍ରଥମଥର ନିମନ୍ତେ ଭସ୍କୁଲାରାଇଜଡ ଲିମ୍ପନୋଡ୍‌‌ ଟ୍ରାନ୍ସଫର୍‌ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇ ଜଣେ ମହିଳାଙ୍କୁ ସୁସ୍ଥ କରାଯାଇଛି। ଫାଇଲେରିଆ ରୋଗରେ ପୀଡ଼ିତ ହୋଇ ଦୀର୍ଘ ୧୬ବର୍ଷ ହେବ ଯନ୍ତ୍ରଣା ପାଉଥିବା ୩୩ ବର୍ଷୀୟ ରୀତାରାଣୀ ସ୍ୱାଇଁ ଆରୋଗ୍ୟ ଲାଭ କରିଛନ୍ତି। ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରମାନଙ୍କ ଉଦ୍ୟମରେ ଗୋଦରା ଗୋଡ଼ରୁ ମୁକ୍ତ ହୋଇଛନ୍ତି ରୀତାରାଣୀ। ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି ଯେ ରୀତାରାଣୀଙ୍କ ବାମଗୋଡ଼ ସମ୍ପୂର୍ଣ୍ଣ ଭାବେ […]

କଟକ : ଏସ୍‌‌ସିବି ମେଡିକାଲରେ ପ୍ରଥମଥର ନିମନ୍ତେ ଭସ୍କୁଲାରାଇଜଡ ଲିମ୍ପନୋଡ୍‌‌ ଟ୍ରାନ୍ସଫର୍‌ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇ ଜଣେ ମହିଳାଙ୍କୁ ସୁସ୍ଥ କରାଯାଇଛି। ଫାଇଲେରିଆ ରୋଗରେ ପୀଡ଼ିତ ହୋଇ ଦୀର୍ଘ ୧୬ବର୍ଷ ହେବ ଯନ୍ତ୍ରଣା ପାଉଥିବା ୩୩ ବର୍ଷୀୟ ରୀତାରାଣୀ ସ୍ୱାଇଁ ଆରୋଗ୍ୟ ଲାଭ କରିଛନ୍ତି। ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରମାନଙ୍କ ଉଦ୍ୟମରେ ଗୋଦରା ଗୋଡ଼ରୁ ମୁକ୍ତ ହୋଇଛନ୍ତି ରୀତାରାଣୀ। ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି ଯେ ରୀତାରାଣୀଙ୍କ ବାମଗୋଡ଼ ସମ୍ପୂର୍ଣ୍ଣ ଭାବେ ଫୁଲି ଯାଇଥିଲା।

ତାଙ୍କର ଦୈନନ୍ଦିନ ଜୀବନ ବହୁମାତ୍ରାରେ ପ୍ରଭାବିତ ହେଉଥିଲା। ଉଭୟ ଶାରୀରିକ ଓ ମାନସିକ ଭାବେ ସେ ଅସୁସ୍ଥ ଅନୁଭବ କରୁଥିଲେ। ଏହି ରୋଗରୁ ସାରାଜୀବନ ମୁକ୍ତି ମିଳିବ ନାହିଁ ବୋଲି ଭାବୁଥିଲେ। ମାତ୍ର ଭସ୍କୁଲାରାଇଜଡ ଲିମ୍ପନୋଡ୍‌‌ ଟ୍ରାନ୍ସଫର ଭଳି ବିରଳ ପଦ୍ଧତିରେ ପ୍ରଥମଥର ନିମନ୍ତେ ଅସ୍ତ୍ରୋପଚାର କରାଯାଇ ରୀତାରାଣୀଙ୍କୁ ସୁସ୍ଥ କରାଯାଇଛି। ୧୫ ଦିନ ପୂର୍ବରୁ ଅସ୍ତ୍ରୋପଚାର ହୋଇଥିଲା। ଏବେ ଗୋଡ଼ ଫୁଲିବା କମିଛି। ଖୁବ୍‌ଶୀଘ୍ର ଏହା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେବ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନାୟକ କହିଛନ୍ତି।

ଘଟଣାରୁ ପ୍ରକାଶ ଯେ ଯାଜପୁର ଜିଲ୍ଲା ବରୁଆଁ ଥାନା ଅନ୍ତର୍ଗତ ମହମ୍ମଦଜାମାପୁର ଗ୍ରାମର ନରେନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ରୀତାରାଣୀ। ୧୬ ବର୍ଷ ତଳୁ ସେ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ବାମଗୋଡ଼ ସମ୍ପୂର୍ଣ୍ଣ ଭାବେ ଫୁଲି ଯାଇଥିଲା। ଦେଢ଼ ଦଶନ୍ଧି ଧରି ସେ ଯନ୍ତ୍ରଣା ଭୋଗୁଥିଲେ। ଚିକିତ୍ସା ନିମନ୍ତେ କିଛି ଦିନ ପୂର୍ବେ ରୀତାରାଣୀ ଏସ୍‌ସିବି ମେଡିକାଲ ଆସିଥିଲେ। ପରେ ତାଙ୍କୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ଭିନ୍ନ ଓ ନୂତନ ପଦ୍ଧତିରେ ଅସ୍ତ୍ରୋପଚାର କରିବା ନିମନ୍ତେ ବିଭାଗୀୟ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ। ଭସ୍କୁଲାରାଇଜଡ ଲିମ୍ପନୋଡ୍‌‌ ଟ୍ରାନ୍ସଫର ପଦ୍ଧତିରେ ଅସ୍ତ୍ରୋପଚାର କରିବା ପାଇଁ ୫ଘଣ୍ଟା ସମୟ ଲାଗିଥିଲା।

ବିଭାଗୀୟ ପ୍ରଫେସର୍‌ ଡାକ୍ତର ନାୟକଙ୍କ ସମେତ ଡାକ୍ତର ଆଶିଷ ପଟ୍ଟନାୟକ, ଡାକ୍ତର ବିଷ୍ଣୁପଦ ନାୟକ, ଡାକ୍ତର ଅସଫାକ ଅହମ୍ମଦ, ଡାକ୍ତର ଦୀପକ କୁମାର ସାହୁ, ଡାକ୍ତର ଜୀବିତୋଷ ବେହେରା, ଡାକ୍ତର ଅବିନାଶ ସାହୁ ଓ ପିଜି ଛାତ୍ର ଡାକ୍ତର ସୂର୍ଯ୍ୟ କୁମାର ମଲ୍ଲିକ, ଡାକ୍ତର ମୀନାକ୍ଷୀ, ଡାକ୍ତର ବିନୟ, ଡାକ୍ତର ଚନ୍ଦନ, ଡାକ୍ତର ଶ୍ରୀମନ୍ତ ଓ ନିସ୍ତେଜକ ବିଭାଗର ମୁଖ୍ୟ ଡାକ୍ତର ଦେବ ପ୍ରସାଦ ମହାନ୍ତି, ଡାକ୍ତର ଅଭିଜିତ ସ୍ୱାଇଁ, ଡାକ୍ତର ଶିବାନୀ ନନ୍ଦ ପ୍ରମୁଖ ଅସ୍ତ୍ରୋପଚାର କରିଥିଲେ।

About The Author: The Sakala