କାଳୀ ପୂଜାକୁ ନେଇ ଗୋଷ୍ଠୀ ସଂଘର୍ଷ

କଟକ : କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କାଞ୍ଜିଆପଦା ଗ୍ରାମ ଏବଂ ପୁରୁଣା ତାମରା ଗ୍ରାମ ମଧ୍ୟରେ କାଳୀ ପୂଜାକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ଗ୍ରାମର କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ କାଞ୍ଜିଆପଦା ଗ୍ରାମରେ କାଳୀପୂଜାର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ତାମରା ଗ୍ରାମର କିଛି ଯୁବକଙ୍କ ସହିତ କାଞ୍ଜିଆପଦାର ଗ୍ରାମର କିଛି ଯୁବକଙ୍କ ସହିତ […]

କଟକ : କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କାଞ୍ଜିଆପଦା ଗ୍ରାମ ଏବଂ ପୁରୁଣା ତାମରା ଗ୍ରାମ ମଧ୍ୟରେ କାଳୀ ପୂଜାକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ଗ୍ରାମର କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ କାଞ୍ଜିଆପଦା ଗ୍ରାମରେ କାଳୀପୂଜାର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ତାମରା ଗ୍ରାମର କିଛି ଯୁବକଙ୍କ ସହିତ କାଞ୍ଜିଆପଦାର ଗ୍ରାମର କିଛି ଯୁବକଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା।

କାଞ୍ଜିଆପଦା ଗ୍ରାମବାସୀଙ୍କ କହିବା କଥା ହେଲା କାଳୀପୂଜାରେ ହୋଇଥିବା ଗଣ୍ଡଗୋଳକୁ ନେଇ ଆଜି ତାମରା ଗ୍ରାମର କିଛି ଲୋକ କାଞ୍ଜିଆପଦାକୁ ଯାଇ ଗାଳି ଗୁଳଜ କରଥିଲେ ଏବଂ ତାହାକୁ ନେଇ କାଞ୍ଜିଆପଦା ଗ୍ରାମର ଲୋକମାନେ ଥାନାକୁ ଯିବାବେଳେ ତାମରା ଗ୍ରାମର ଲୋକମାନେ ସେମାନଙ୍କୁ ଜଗି ମାରପିଟ କରିଥିଲେ। ଅପର ପକ୍ଷରେ ତାମରା ଗ୍ରାମର ସୁବାଷ ଓରଫ ଅନାମ କହିବା କଥା ହେଲା ସାର କିଣି ଯାଉଥିବା ବେଳେ କାଞ୍ଜିଆପଦା ଲୋକମାନେ ତାଙ୍କୁ ବାଟରେ ଜଗି ବାଡେଇଥିଲେ। ଏ ବିଷୟରେ କାନପୁର ଥାନାରେ ଏତେଲା କରାଯାଇଥିଲେ ମଧ୍ୟ ଥାନା ପକ୍ଷରୁ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନଥିଲେ। ଏହି ଘଟଣାକୁ ନେଇ କାଞ୍ଜିଆପଦା ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି।

About The Author: The Sakala