ମହାନଦୀରେ ଭାସିଗଲେ ୪ ଛାତ୍ର : ୩ ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ

କଟକ: କଟକର ଭଦିମୂଳ ଘାଟରେ ମହାନଦୀରେ ୪ ଜଣ ଛାତ୍ର ବୁଡିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଜଣଙ୍କୁ ଏବେ ମଧ୍ୟ ଖୋଜା ଖୋଜି ଚାଲିଛି । ଏହି ସମସ୍ତ ଚାରିଜଣ ଛାତ୍ର ପୋତାପୋଖରୀ ଅଞ୍ଚଳର ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ୪ଜଣ ଛାତ୍ର କଟକ ବିଦ୍ୟାଧରପୁର ଭଦିମୂଳକୁ ମହାନଦୀରେ ଗାଧେଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ […]

କଟକ: କଟକର ଭଦିମୂଳ ଘାଟରେ ମହାନଦୀରେ ୪ ଜଣ ଛାତ୍ର ବୁଡିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଜଣଙ୍କୁ ଏବେ ମଧ୍ୟ ଖୋଜା ଖୋଜି ଚାଲିଛି । ଏହି ସମସ୍ତ ଚାରିଜଣ ଛାତ୍ର ପୋତାପୋଖରୀ ଅଞ୍ଚଳର ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ୪ଜଣ ଛାତ୍ର କଟକ ବିଦ୍ୟାଧରପୁର ଭଦିମୂଳକୁ ମହାନଦୀରେ ଗାଧେଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ। ସେମାନେ ସେଠାରେ ବୁଡିଯିବା ଘଟଣା ଜଣାପଡିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଓ ଓଡ୍ରାଫ ବାହିନୀ ବହୁ ଖୋଜାଖୋଜି କରିବା ପରେ ଗୁରୁବାର ରାତିରେ କ୍ଷେତ୍ରବାସୀ ବେହେରା ନାମକ ଛାତ୍ରଙ୍କର ମୃତଦେହକୁ ମହାନଦୀରୁ ଉଦ୍ଧାର କରିଥିଲେ । ହେଲେ ଅନ୍ୟମାନଙ୍କର ସନ୍ଧାନ ମିଳିନଥିଲା । ମହାନଦୀରେ ଖୋଜିବା କାର୍ଯ୍ଯ ଜାରି ରହିଥିବାବେଳେ ଶୁକ୍ରବାର ଆଉ ଦୁଇ ଛାତ୍ର ଚନ୍ଦନ ବେହେରା ଏବଂ ଆକାଶ ବାହାଳିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଜଣକୁ ଖୋଜିବା କାର୍ଯ୍ଯ ଜାରି ରହିଛି । ନିଖୋଜ ଛାତ୍ର ଜଣକ ଶୁଭମ ସେଠୀ ବୋଲି ଜଣାଯାଇଛି ।

About The Author: The Sakala