ବାଲିଯାତ୍ରରେ ‘ଡ୍ରୋନ’ ମନା

କଟକ: ବାଲିଯାତ୍ରା ପଡିଆରେ ଉଡିବନି ଡ୍ରୋନ। ପୂରା ଗ୍ରାଉଣ୍ଡ୍‌କୁ ‘ନୋ ଡ୍‌ରୋନ୍‌ ଜୋନ୍‌’ ଘୋଷଣା ଜାରି କରାଯାଇଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆ ‘ନୋ ଡ୍‌ରୋନ୍‌ ଜୋନ୍‌’ ଘୋଷଣା।  ପଡିଆର ୫ କିମି ପରିଧି ପାଇଁ କଟକଣା ଜାରି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା। ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, ଡ୍‌ରୋନକୁ ବାରଣ। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ। ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। 

About The Author: Deviprasad Mohanty