ସିଆଇଏସଏଫ୍‌କୁ ମିଳିଲା ସମ୍ମାନଜନକ ତିନି ତାରକା ଓ ଉତ୍କୃଷ୍ଟ ମାନ୍ୟତା

ତ୍ରିଶୂଳିଆ : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ ମୁଣ୍ଡଳି ଠାରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସଏଫ୍ )ଖାରବେଳ ଆଞ୍ଚଳିକ ତାଲିମ କେନ୍ଦ୍ରକୁ ସମ୍ମାନଜନକ ତିନି ତାରକା ଓ ଉତ୍କୃଷ୍ଟ ମାନ୍ୟତା ମିଳିଛି। ଏଥିପାଇଁ ଭାରତ ବର୍ଷରେ ଥିବା ସମସ୍ତ ତାଲିମ କେନ୍ଦ୍ରକୁ କେନ୍ଦ୍ର ସରକାରଙ୍କର ଏକ ପ୍ରତିନିଧି ଦଳ ଯାଇ ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନ ସମୟ ରେ ଆସିଥିବା ମୂଲ୍ୟାଙ୍କନ ନିମନ୍ତେ ତାଲିମ କେନ୍ଦ୍ରରେ ସିଭିଲ୍ ସର୍ଭିସ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍ସ ପାଇଁ ଜାତୀୟ […]

ତ୍ରିଶୂଳିଆ : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ ମୁଣ୍ଡଳି ଠାରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସଏଫ୍ )ଖାରବେଳ ଆଞ୍ଚଳିକ ତାଲିମ କେନ୍ଦ୍ରକୁ ସମ୍ମାନଜନକ ତିନି ତାରକା ଓ ଉତ୍କୃଷ୍ଟ ମାନ୍ୟତା ମିଳିଛି। ଏଥିପାଇଁ ଭାରତ ବର୍ଷରେ ଥିବା ସମସ୍ତ ତାଲିମ କେନ୍ଦ୍ରକୁ କେନ୍ଦ୍ର ସରକାରଙ୍କର ଏକ ପ୍ରତିନିଧି ଦଳ ଯାଇ ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନ ସମୟ ରେ ଆସିଥିବା ମୂଲ୍ୟାଙ୍କନ ନିମନ୍ତେ ତାଲିମ କେନ୍ଦ୍ରରେ ସିଭିଲ୍ ସର୍ଭିସ୍ ଟ୍ରେନିଂ ଇନଷ୍ଟିଚ୍ୟୁସନ୍ସ ପାଇଁ ଜାତୀୟ ମାନଦଣ୍ଡ ପରିଚାଳନା, ପ୍ରଶିକ୍ଷଣ, ତାଲିମ ଦାତାଙ୍କ କ୍ଷମତା, ପରିବେଶ, ପାଠ୍ୟକ୍ରମ ଡିଜାଇନ୍ ଆଦି ୮ଟି ସ୍ତମ୍ଭ ପ୍ରତି ଗୁରୁତ୍ବ ଦେଇଥିଲେ।

ସିଆଇଏସଏଫ୍‌ରେ ଉଚ୍ଚମାନର ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମ ପ୍ରଦାନ ପ୍ରତି ପ୍ରତିବଦ୍ଧତାକୁ ସୂଚିତ କରୁଥିବାରୁ ଆସିଥିବା ଦଳ ମୂଲ୍ୟାଙ୍କନ ପରେ ସିଆଇଏସଏଫ୍‌କୁ ତିନି ତାରକା ଓ ଉତ୍କୃଷ୍ଟ ମାନ୍ୟତା ମିଳିଛି । କ୍ଷମତା ନିର୍ମାଣ ଆୟୋଗ (ସିବିସି) ଦ୍ୱାରା ସମ୍ମାନଜନକ “ଉତ୍କୃଷ୍ଟ ବା ବହୁତ ଭଲ ସ୍ତରର ମାନ୍ୟତା ସହ ୩ ତାରକା ଗ୍ରେଡିଂର ମାନ୍ୟତା ଦିଆଯାଇଛି। ପୂର୍ବରୁ ୨୦୧୯-୨୦ରେ ସମସ୍ତ ତାଲିମ କେନ୍ଦ୍ର ମଧ୍ୟରେ ସର୍ବୋତ୍ତମ ତାଲିମ ପ୍ରତିଷ୍ଠାନ ଭାବରେ ସିଆଇଏସଏଫ୍ ବିବେଚିତ ହୋଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ଟ୍ରଫି ଆଣିଥିଲା।

About The Author: The Sakala