ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ OTET ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

ଓଟିଇଟି କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ

Deviprasad Mohanty Picture
Published On

କଟକ: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଓଟିଇଟି କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ।

ଜଣେ ଗଣଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ଚାକିରିକୁ ରାଜ୍ୟ ସରକାର ଓଟିଇଟି ଯୋଗ୍ୟତା ନ ଥିବା ଦର୍ଶାଇ ନିୟମିତ କରିବାକୁ ମନା କରିଦେଇଥିଲେ। ଏହା ବିରୁଦ୍ଧରେ ସନ୍ଧ୍ୟାରାଣୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଆବେଦନକାରିଣୀଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ ଦର୍ଶାଇଛନ୍ତି ଯେ, ନିଯୁକ୍ତି ନିୟମିତ ପାଇଁ ଓଟିଇଟି ବାଧ୍ୟତାମୂଳକ ନୁହେଁ। ଅଧିକାରୀମାନଙ୍କ ତ୍ରୁଟି ଯୋଗୁଁ ଆବେଦନକାରିଣୀଙ୍କୁ ୮ ବର୍ଷର ସେବା ସୁବିଧା ନ ଦେବା ଅସାମ୍ବିଧାନିକ। ଜିଲାପାଳଙ୍କ ଯାଞ୍ଚ ରିପୋର୍ଟକୁ ଅଣଦେଖା କରିବା ଭୁଲ ଥିଲା। ଏଥିସହ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରିଣୀଙ୍କୁ ୨୦୦୮ ମସିହା ଫେବ୍ରୁଆରୀ ୨ ତାରିଖରୁ ନିୟମିତ ବୋଲି ଧରାଯାଉ ଏବଂ ସମସ୍ତ ଆର୍ଥିକ ଲାଭ ତିନି ମାସ ମଧ୍ୟରେ ପ୍ରଦାନ କରାଯାଉ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର