ଦୁର୍ଗାପୂଜାରେ ମା’ଙ୍କୁ ଘରେ ବସି ଦର୍ଶନ କରିବେ ଭକ୍ତ: ଜିଓନ୍ୟୁଜରେ ଉପଲବ୍ଧ ହେବ କଟକରୁ ଦେବୀ ଦୁର୍ଗାଙ୍କର ପ୍ରତିଦିନର ବେଶ

ଭୁବନେଶ୍ୱର: ସାଂପ୍ରତିକ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଅଗଣିତ ଭକ୍ତମାନଙ୍କ ପାଇଁ ମା ଦୁର୍ଗାଙ୍କର ପ୍ରତିଦିନ ବେଶର ଦର୍ଶନ ସୁଗମ କରିବା ନିମନ୍ତେ ଚଳିତବର୍ଷ ଦୁର୍ଗାପୂଜାରେ ଜିଓନ୍ୟୁଜ ଏ୍ୟୌତିହାସିକ କଟକ ସହରର ଗଡ ଚଣ୍ଡି ମନ୍ଦିର ଏବଂ ମା ବାସନ୍ତୀ ଦୁର୍ଗା ମନ୍ଦିରର ଦେବୀ ଦୁର୍ଗାଙ୍କର ପ୍ରତିଦିନର ବେଶ ଭିଡିଓ ଜରିଆରେ ଉପଲବ୍ଧ କରାଇଛି । କୋଭିଡ-୧୯ ନିୟମାବଳୀ ଏବଂ ଦୁର୍ଗାପୂଜା ମଣ୍ଡପଗୁଡିକୁ ଯିବା ଏବଂ ସର୍ବସାଧାରଣ ଦର୍ଶନ ଉପରେ ଜାରି କଟକଣାକୁ ଦୃଷ୍ଟିରେ ରଖି ଜିଓନ୍ୟୁଜର ଏଭଳି […]

ଭୁବନେଶ୍ୱର: ସାଂପ୍ରତିକ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଅଗଣିତ ଭକ୍ତମାନଙ୍କ ପାଇଁ ମା ଦୁର୍ଗାଙ୍କର ପ୍ରତିଦିନ ବେଶର ଦର୍ଶନ ସୁଗମ କରିବା ନିମନ୍ତେ ଚଳିତବର୍ଷ ଦୁର୍ଗାପୂଜାରେ ଜିଓନ୍ୟୁଜ ଏ୍ୟୌତିହାସିକ କଟକ ସହରର ଗଡ ଚଣ୍ଡି ମନ୍ଦିର ଏବଂ ମା ବାସନ୍ତୀ ଦୁର୍ଗା ମନ୍ଦିରର ଦେବୀ ଦୁର୍ଗାଙ୍କର ପ୍ରତିଦିନର ବେଶ ଭିଡିଓ ଜରିଆରେ ଉପଲବ୍ଧ କରାଇଛି ।

କୋଭିଡ-୧୯ ନିୟମାବଳୀ ଏବଂ ଦୁର୍ଗାପୂଜା ମଣ୍ଡପଗୁଡିକୁ ଯିବା ଏବଂ ସର୍ବସାଧାରଣ ଦର୍ଶନ ଉପରେ ଜାରି କଟକଣାକୁ ଦୃଷ୍ଟିରେ ରଖି ଜିଓନ୍ୟୁଜର ଏଭଳି ପ୍ରୟାସ ସମଗ୍ର ଓଡ଼ିଶା ଏବଂ ସମଗ୍ର ଦେଶରେ ନିୟୁତାଧିକ ଭକ୍ତଙ୍କୁ ସେମାନଙ୍କ ଘରେ ରହି ସୁରକ୍ଷିତ ଭାବରେ ଥାଇ ଏହି ଦୁଇ ମନ୍ଦିରରେ ଦେବୀ ଦୁର୍ଗାଙ୍କର ପ୍ରତିଦିନର ବେଶ ଦର୍ଶନ କରାଇବାରେ ସହାୟକ ହେବ ।

ଦୁର୍ଗା ପୂଜା ପାଳନ ଅବସରରେ ଦେବୀଙ୍କର ବେଶ ପ୍ରତିଦିନ ପରିବର୍ତନ ହେଉଥିବାରୁ ଜିଓନ୍ୟୁଜ ତାହାକୁ ନିଜର ପ୍ଲାଟଫର୍ମରେ ସେହି ସମାନ ଦିନ ପରିବର୍ତନ କରୁଛି ଏବଂ ଏହା ଅକ୍ଟୋବର ୧୫ ତାରିଖ ଅଥବା ଦଶମୀ ପର୍ଯ୍ୟନ୍ତ ଚାଲିବ । ଜିଓ ବ୍ୟବହାରକାରୀମାନେ ମା ଦୁର୍ଗାଙ୍କର ଷଷ୍ଠୀ (ଅକ୍ଟୋବର ୧୦) ଠାରୁ ଦଶମୀ (ଅକ୍ଟୋବର ୧୫) ପର୍ଯ୍ୟନ୍ତ ପ୍ରତିଦିନର ବେଶକୁ ଜିଓନ୍ୟୁଜରେ ଭିଡିଓ ମାଧ୍ୟମରେ ଦର୍ଶନ କରିପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକର ଗଡ ଚଣ୍ଡି ମନ୍ଦିରରେ ଦେବୀ ଦୁର୍ଗା ଭକ୍ତମାନଙ୍କୁ ଷଷ୍ଠୀଠାରୁ ଦଶମୀ ମଧ୍ୟରେ ଛଅଦିନ ଧରି ଗାୟତ୍ରୀ ବେଶ, ମହାଲକ୍ଷ୍ମୀ ବେଶ, ମହା ସରସ୍ୱତୀ ବେଶ, ମହା କାଳୀ ବେଶ, ମହିଷା ମର୍ଦ୍ଦିନୀ ବେଶ ଆଦି ବିଭିନ୍ନ ଛଅଟି ବେଶରେ ଦର୍ଶନ ଦେଇଥାନ୍ତି ।

କଟକରୁ ଦେବୀ ଦୁର୍ଗାଙ୍କର ଡିଜିଟାଲ ଦର୍ଶନ କରିବାକୁ ଜିଓ ବ୍ୟବହାରକାରୀମାନେ ଜିଓନ୍ୟୁଜ ଆପ୍ ଅଥବା ୱେବସାଇଟ JioNews.com ଖୋଲି ଓଡ଼ିଆ ଭାଷାକୁ ଚୟନ କରିବା ସହିତ ଭିଡିଓ ବିକଳ୍ପକୁ ଯାଇ ଦୁର୍ଗାପୂଜା ୨୦୨୧ ବାଛିବାକୁ ହେବ । ତାହାପରେ ସେମାନେ କ୍ଲିକ କରି ଗଡ ଚଣ୍ଡି ଏବଂ ମା ବାସନ୍ତୀ ଦୁର୍ଗା ମନ୍ଦିରରେ ମା’ଙ୍କର ବେଶକୁ ଡିଜିଟାଲ ମାଧ୍ୟମରେ ଦର୍ଶନ କରିପାରିବେ । ଜିଓନ୍ୟୁଜର ଭିଡିଓ ସେକ୍ସନରେ ଦୁର୍ଗାପୂଜା ୨୦୨୧ ଚାନେଲରେ ମଧ୍ୟ କୋଲକାତାରୁ ପୂଜା ଓ ପାର୍ବଣର ଶ୍ରେଷ୍ଠ ଦୃଶ୍ୟଗୁଡିକ ପ୍ରଦର୍ଶିତ ହେଉଛିି ।

About The Author: The Sakala