ଆଜିଠୁ ରାତି ୮ଟାରୁ କର୍ଫ୍ୟୁ

ଭୁବନେଶ୍ବର : ଦଶହରା ଭିଡ଼କୁ ନଜରରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଟକ ଏବଂ ଭୁବନେଶ୍ବରରେ ରାତ୍ରି କର୍ଫ୍ୟୁକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ କରୋନା ଜନିତ ରାତ୍ରି କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିଲା। ଆଜିଠାରୁ କଟକ ଓ ଭୁବନେଶ୍ବର ମହାନଗରର ମଣ୍ଡପଗୁଡ଼ିକରେ ମା’ଙ୍କ ଷଷ୍ଠୀ ପୂଜା ଆରମ୍ଭ ହେଉଛି। ତେଣୁ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖୀ ଏହି ରାତ୍ରିକାଳୀନ କର୍ଫ୍ୟୁକୁ ରାତି ୮ଟାରୁ ଲାଗୁ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କଟକଣା ଆଜିଠାରୁ ରାତି […]

ଭୁବନେଶ୍ବର : ଦଶହରା ଭିଡ଼କୁ ନଜରରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଟକ ଏବଂ ଭୁବନେଶ୍ବରରେ ରାତ୍ରି କର୍ଫ୍ୟୁକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ କରୋନା ଜନିତ ରାତ୍ରି କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିଲା। ଆଜିଠାରୁ କଟକ ଓ ଭୁବନେଶ୍ବର ମହାନଗରର ମଣ୍ଡପଗୁଡ଼ିକରେ ମା’ଙ୍କ ଷଷ୍ଠୀ ପୂଜା ଆରମ୍ଭ ହେଉଛି। ତେଣୁ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖୀ ଏହି ରାତ୍ରିକାଳୀନ କର୍ଫ୍ୟୁକୁ ରାତି ୮ଟାରୁ ଲାଗୁ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କଟକଣା ଆଜିଠାରୁ ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଉଭୟ ସହରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

About The Author: The Sakala