ମାଛ ଧରିବାକୁ ଯିବା ସମୟୟର ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର

ଭିତରକନିକା ଜାତୀୟ ଉଦ୍ୟାନରେ ଘଟିଛି ଏକ ଅଭାବନୀୟ ଘଟଣା। ଭିତରକନିକାରେ ପ୍ରବାହିତ ହେଉଥିବା ନଦୀରୁ ଜଣେ ମହିଳାଙ୍କୁ ଝାମ୍ପି ନେଇଛି କୁମ୍ଭୀର। ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ନଦୀପାର ହେଉଥିବା ବେଳେ ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଥିବା ସୂଚନା ମିଳିଛି । ଏ ପର୍ଯ୍ୟନ୍ତ ତାଙ୍କର କୌଣସି ସଂଦ୍ଧାନ ମିଳିପାରିନାହିଁ । ଖବର ପାଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମାନେ ଖୋଜାଖୋଜି କରୁଛନ୍ତି।

About The Author: The Sakala