ବାଣ ଭିଡୁଥିବାବେଳେ ବିସ୍ଫୋରଣ, ଶିଶୁ ସମେତ ୩ ଗୁରୁତର

କଟକ: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା। ବାଣ ଭିଡ଼ୁଥିବାବେଳେ ଘଟିଲା ବିସ୍ଫୋରଣ। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ଦୀପାବଳି ପୂର୍ବରୁ ଘଟିଛି ବଡ଼ ଧରଣର ଅଘଟଣ। ସୂଚନା ଅନୁସାରେ, କଟକ ଜିଲ୍ଲା ତିଗିରିଆ ବାଣେଶ୍ୱରପଡ଼ା ଗାଁର ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ ତିଆରି କରୁଥିଲେ। ହଠାତ୍ ଏହି ସମୟରେ ବିସ୍ଫୋରଣ ହୋଇଥିଲା। ତାଙ୍କ ଶରୀରର ୭୦ଭାଗ ପୋଡ଼ିଯାଇଛି। ଦେଢ଼ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର […]

କଟକ: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା। ବାଣ ଭିଡ଼ୁଥିବାବେଳେ ଘଟିଲା ବିସ୍ଫୋରଣ। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ଦୀପାବଳି ପୂର୍ବରୁ ଘଟିଛି ବଡ଼ ଧରଣର ଅଘଟଣ।

ସୂଚନା ଅନୁସାରେ, କଟକ ଜିଲ୍ଲା ତିଗିରିଆ ବାଣେଶ୍ୱରପଡ଼ା ଗାଁର ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ ତିଆରି କରୁଥିଲେ। ହଠାତ୍ ଏହି ସମୟରେ ବିସ୍ଫୋରଣ ହୋଇଥିଲା। ତାଙ୍କ ଶରୀରର ୭୦ଭାଗ ପୋଡ଼ିଯାଇଛି। ଦେଢ଼ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଧୀର ସ୍ୱାଇଁ ନିଜ ବ୍ୟବହାର ପାଇଁ ବାଣ ତିଆରି କରୁଥିଲେ ନା ବିକ୍ରି ପାଇଁ ପ୍ରସ୍ତୁତ କରିଥିଲେ ତାହା ନେଇ ଆରମ୍ଭ ହୋଇଛି ତଦନ୍ତ।

About The Author: The Sakala