ଟିକା ଦରକୁ ନେଇ ରାଜ୍ଯରେ ବଢିଲା ବିରୋଧ: ‘କେନ୍ଦ୍ର ଆର୍ଥିକ ବୋଝ ନ ପକାଉ’- ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: କୋଭାକ୍ସିନ୍ ଓ କୋଭିସିଲ୍ଡ ଦର ଘୋଷଣା ପରେ ବିରୋଧ ଆରମ୍ଭ ହୋଇଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଟିକା ଦରକୁ ଚିନ୍ତାଜନକ କହିଛନ୍ତି ଅମର। ଆମେ ଭାବିଥିଲୁ କୋଭିସିଲ୍ଡ ପରି ICMR ସହଯୋଗରେ ପ୍ରସ୍ତୁତ କୋଭାକ୍ସିନ୍ ଦର କମ୍ ରହିବ । ହେଲେ ଦର ବହୁତ ବଢିଛି। ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ । ରାଜ୍ୟମାନେ ନିଜ ସ୍ତରରେ କୋଭିଡ୍ ମୁକାବିଲା କରୁଛନ୍ତି। ଯେତେ ସ୍ୱାସ୍ଥ୍ୟ ଭିତ୍ତିଭୂମି […]

ଭୁବନେଶ୍ୱର: କୋଭାକ୍ସିନ୍ ଓ କୋଭିସିଲ୍ଡ ଦର ଘୋଷଣା ପରେ ବିରୋଧ ଆରମ୍ଭ ହୋଇଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଟିକା ଦରକୁ ଚିନ୍ତାଜନକ କହିଛନ୍ତି ଅମର। ଆମେ ଭାବିଥିଲୁ କୋଭିସିଲ୍ଡ ପରି ICMR ସହଯୋଗରେ ପ୍ରସ୍ତୁତ କୋଭାକ୍ସିନ୍ ଦର କମ୍ ରହିବ । ହେଲେ ଦର ବହୁତ ବଢିଛି। ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ । ରାଜ୍ୟମାନେ ନିଜ ସ୍ତରରେ କୋଭିଡ୍ ମୁକାବିଲା କରୁଛନ୍ତି।

ଯେତେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଛି, ସେଥିରେ ଯେତେ ଖର୍ଚ୍ଚ ହେଲେ ତୁରନ୍ତ ସୁଧାର ଆସିବା ସମ୍ଭବ ନୁହେଁ। ତେଣୁ କୋଭିଡ୍ ଟିକା କିଣିବାରେ ଏତେ ଖର୍ଚ୍ଚ ହେଲେ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ହେବ କେମିତି ? ଯାହା ପାଖରେ ଟଙ୍କା ଅଛି, ସେ କିଣି ପାରିବେ । କେନ୍ଦ୍ର ସରକାର ଗୋଟିଏ ଦରରେ କିଣି ସମସ୍ତ ଖର୍ଚ୍ଚ ବହନ କଲେ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କରିପାରିବେ । ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଆର୍ଥିକ ବୋଝ ନ ପକାଉ ବୋଲି କହିଛନ୍ତି ଅମର ପଟ୍ଟନାୟକ।

ଅନ୍ୟପଟେ ଟିକା ଦରକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଲୋକଙ୍କ ଜୀବନ ସହ ଖେଳା ହେଉଛି। କୋଭାକ୍ସିନର ୨ଟି ଡୋଜ୍ ୩ ହଜାରରେ କିଣିବାକୁ ପଡ଼ିବ । ଛାତ୍ରଛାତ୍ରୀ, ଗରିବ ମଧ୍ୟବିତ୍ତ ଲୋକ କେଉଁଠୁ ଟଙ୍କା ଆଣିବେ ? ସେମାନେ ମରିଯିବେ। ତୁରନ୍ତ ଏହା ପ୍ରତ୍ୟାହାର କରାଯାଉ । ଓଡ଼ିଶା ସରକାର ବି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରନ୍ତୁ । ମାଗଣାରେ ଟିକା ଦିଆଯାଉ ବୋଲି ସୁର କହିଛନ୍ତି ।

About The Author: The Sakala