ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ଓଡ଼ିଶା, କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଡିଏମଇଟି

ଭୁବନେଶ୍ବର : ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। କୋଭିଡ ସଂକ୍ରମଣ ବଢିଲେ ତୁରନ୍ତ ଯେମିତି କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ଡିଏମଇଟି ପ୍ରଫେସର ଡା.ରମାରମଣ ମହାନ୍ତି  କହିଛନ୍ତି ଯେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ […]

ଭୁବନେଶ୍ବର : ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। କୋଭିଡ ସଂକ୍ରମଣ ବଢିଲେ ତୁରନ୍ତ ଯେମିତି କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

ଡିଏମଇଟି ପ୍ରଫେସର ଡା.ରମାରମଣ ମହାନ୍ତି  କହିଛନ୍ତି ଯେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ଚିନ୍ତା ବଢ଼ିଛି। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ଓମିକ୍ରନ୍‌ ଯୋଗୁଁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି, ତଥାପି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସୀମାନ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କହିଛନ୍ତି।  ତୃତୀୟ ଲହରକୁ ନେଇ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ସଂକ୍ରମଣ ବଢ଼ିଲେ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ। ହସ୍ପିଟାଲରେ ଅକ୍ସିଜେନ, ମେଡିସିନ ମହଜୁଦ ରଖିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ୧୦୦ ପାର କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୧୧ ଟି ରାଜ୍ୟରେ ୧୦୧ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ମୁମ୍ବାଇ ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ରାଜସ୍ଥାନ ସମେତ ମୋଟ ୧୧ଟି ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇସାରିଛି। ଗତ ୨୦ ଦିନ ଧରି କୋଭିଡ ସଂକ୍ରମଣର ଦୈନିକ ୧୦,୦୦୦ ରୁ କମ୍, କିନ୍ତୁ ଓମିକ୍ରନ୍ ଫର୍ମାଟ୍ ଏବଂ ଅନ୍ୟାନ୍ୟ ଦେଶରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ ।

About The Author: The Sakala