ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଭଦ୍ରକ: ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ସ୍ବାମୀ ମୃତ । ୩ ତାରିଖରେ ସ୍ତ୍ରୀ ଓ ଗତକାଲି ସ୍ବାମୀର ହସ୍ପିଟାଲରେ ମୃତ୍ୟୁ । କାଲି ସ୍ବାମୀର ମୃତ୍ୟୁ ପରେ ପତ୍ନୀକୁ ବି ସାପ କାମୁଡ଼ିଥିବା ସନ୍ଦେହ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର ଗାଁରେ ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ଗତ ୩ ତାରିଖ ଦିନ ସକାଳେ ଗାଁର ରମାନଦ ବାରିକଙ୍କ ସ୍ତ୍ରୀ ପ୍ରମିଳା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକ ସ୍ଵଭାବିକ ମୃତ୍ୟୁ ହୋଇଛି ବୋଲି ଭାବି ଶବକୁ ପୋତି ଦେଇଥିଲେ। ପରମାନନ୍ଦ ସ୍ତ୍ରୀଙ୍କ ମୃତଦେହକୁ ସତ୍କାର କରି ରାତିରେ ଶୋଇ ଥିବା ବେଳେ ଗତକାଲି ସକାଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଗାଁ ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ତାଙ୍କୁ ବିଷଧର ସାପ କାମୁଡ଼ିଥିବାରୁ ଅବସ୍ଥା ଉଦବେଗ ଜନକ ଦର୍ଶାଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ବାଟରେ ପରମାନନ୍ଦଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ଭଳି ସ୍ତ୍ରୀଙ୍କର ସାପ କାମୁଡା ଲକ୍ଷଣ ଥିବାରୁ ଗ୍ରାମବାସୀମାନେ ପ୍ରମିଳାଙ୍କ ଶବକୁ ଶ୍ମଶାନରୁ ଖୋଳି ବାହାର କରି ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ଆଣିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସ୍ତ୍ରୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। 

About The Author: Madhusudan Das