ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ବାଉନଶାଳ ନିକଟସ୍ତ ଗ୍ରୀଡ଼କୋ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ବାଇକ୍‌ (ନମ୍ବର -OR-09-J2798)ଓ ସ୍କୋର୍ପିଓ ଗାଡ଼ି (ନମ୍ବର -JH-05-BF-1258)ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‌ରେ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍କୋର୍ପିଓରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଦମ୍ପତି ହେଲେ ପାଣ୍ଠ ଅଂଚଳର ଶଙ୍କର ନାୟକ ଏବଂ ତାଙ୍କର ସ୍ତ୍ରୀ କବିତା ନାୟକ । 

ପ୍ରାପ୍ତ ସୂଚନା ଅନୁଯାୟୀ, ବାଇକ୍‌ରେ ଦମ୍ପତି କରଞ୍ଜିଆ ହସ୍ପିଟାଲରୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୋର୍ପିଓ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ସ୍କୋର୍ପିଓରେ ଥିବା ୫ ଜଣ ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକମାନେ ଓ ପୁଲିସ ସହାୟତାରେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣା ସମ୍ବନ୍ଧରେ ଖବର ପାଇ କରଞ୍ଜିଆ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

About The Author: Madhusudan Das