ବେଆଇନ କଫସିରଫ ଓ ମଦ କାରବାର, ୪ ଗରିଫ

ଅତାବିରା : ଅତାବିରା ଅଞ୍ଚଳରେ ବେଆଇନ କଫ ସିରଫ କରାବାର ନେଇ ପୂର୍ବରୁ ଅଭିଯୋଗ ହେଉଥିଲା। ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶରେ ଅତାବିରା ଥାନାର ଇନ୍ସପେକ୍ଟର ଇନଚାର୍ଯ ଦିଲିପ ବେହେରା ଆଜି ପାହାଡ଼ଶ୍ରୀଗିଡ଼ା ଗ୍ରାମରେ ଚଢ଼ଉ କରି ୪୦ ବୋତଲ କଫସିରଫ ସହ ଗୋଟିଏ ଷ୍ଟ୍ରିପ ଆଲପ୍ରାକ୍ସ ନିଶା ବଟିକା ଜବତ କରିଛନ୍ତି। ଏହି ମାମଲାରେ ପାହାଡ଼ଶ୍ରୀଗିଡ଼ା ଗ୍ରାମର ମାନସ ପଣ୍ଡା, ନିକୁଞ୍ଜ ସେଠ ଏବଂ ବୈଜୁ ପାଣ୍ଡେଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା […]

ଅତାବିରା : ଅତାବିରା ଅଞ୍ଚଳରେ ବେଆଇନ କଫ ସିରଫ କରାବାର ନେଇ ପୂର୍ବରୁ ଅଭିଯୋଗ ହେଉଥିଲା। ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶରେ ଅତାବିରା ଥାନାର ଇନ୍ସପେକ୍ଟର ଇନଚାର୍ଯ ଦିଲିପ ବେହେରା ଆଜି ପାହାଡ଼ଶ୍ରୀଗିଡ଼ା ଗ୍ରାମରେ ଚଢ଼ଉ କରି ୪୦ ବୋତଲ କଫସିରଫ ସହ ଗୋଟିଏ ଷ୍ଟ୍ରିପ ଆଲପ୍ରାକ୍ସ ନିଶା ବଟିକା ଜବତ କରିଛନ୍ତି। ଏହି ମାମଲାରେ ପାହାଡ଼ଶ୍ରୀଗିଡ଼ା ଗ୍ରାମର ମାନସ ପଣ୍ଡା, ନିକୁଞ୍ଜ ସେଠ ଏବଂ ବୈଜୁ ପାଣ୍ଡେଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଏ।ସେହିପରି ଅତାବିରା ଥାନା ଅର୍ନ୍ତଗତ ଭାଟିମୁଣ୍ଡା ଗ୍ରାମରେ ମଧ୍ୟ ଚଢ଼ଉ କରି ୫୦ ଲିଟର ମଦ ଜବତ କରାଯାଇଛି। ଏହି ମାମଲାର ଅଭିଯୁକ୍ତ ବିଞ୍ଚି ବାଗଙ୍କୁ ମଧ୍ୟ ଗିରଫ କରାଯାଇ ଆଜି କୋର୍ଟକୁ ପଠାଯାଇଥିବା ଜଣାଯାଏ।

About The Author: The Sakala