ଭୁବନେଶ୍ବର: ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏପଟେ ରାଜ୍ଯରେ ସଂକ୍ରମିତଙ୍କ ସଂଖ୍ଯା ଆଜି ୮ ହଜାର ପରା କରିଛି। ରାଜ୍ଯରୁ ଆଜି ୮,୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୪୭୮୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୬୦୫ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୪,୨୮,୫୧୫ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୮୪୦ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୯୩୩, କଟକ-୪୯୬, ଯାଜପୁର-୨୭୦, ପୁରୀ-୨୫୯, ଗଞ୍ଜାମ- ୨୦୯, ନୂଆପଡ଼ା- ୨୩୩, ବଲାଙ୍ଗୀର-୩୫୮, ବରଗଡ଼-୨୫୭, କଳାହାଣ୍ଡି- ୧୨୬, ଝାରସୁଗୁଡ଼ାରୁ୪୩୩, ନବରଙ୍ଗପୁର- ୩୮୮ ଓ ସମ୍ବଲପୁର ଜିଲ୍ଲାରୁ ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।