ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୫୩ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୪୯୬ ଜଣ ଚିହ୍ନଟ ହୋଇଥିବ ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୭ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦୯୩୭କୁ ବୃଦ୍ଧି ପାଇଥିବା ବେଳେ ୯ଲକ୍ଷ ୮୪ହଜାର ୨୨୪ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୯୩୦୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୦ଜଣ ପଜିଟିଭ ରହିଛନ୍ତି ।