ହାଇକୋର୍ଟରେ କନଷ୍ଟେବଳ ନିଯୁକ୍ତି ମାମଲା, ପ୍ରତିପକ୍ଷଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ

କଟକ:ବିଭିନ୍ନ ବଟାଲିୟନରେ ସିପାହି ଓ କନଷ୍ଟେବଳ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ସର୍ବୋଚ୍ଚ ବୟସ ସୀମା ୬ବର୍ଷ କୋହଳ ପାଇଁ ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୨୪, ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍‌ ଅପିଲର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଏହି ମାମଲାରେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଆଇନଜୀବୀ ରାଜୀବ ରଥ ଓ ବିପ୍ଳବ ବାହାଲି ଏହି ମାମଲାରେ […]

କଟକ:ବିଭିନ୍ନ ବଟାଲିୟନରେ ସିପାହି ଓ କନଷ୍ଟେବଳ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ସର୍ବୋଚ୍ଚ ବୟସ ସୀମା ୬ବର୍ଷ କୋହଳ ପାଇଁ ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୨୪, ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍‌ ଅପିଲର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଏହି ମାମଲାରେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଆଇନଜୀବୀ ରାଜୀବ ରଥ ଓ ବିପ୍ଳବ ବାହାଲି ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ। ଯେହେତୁ ଗତ ୨୦୨୮ରୁ ଉପରୋକ୍ତ ପଦ ପାଇଁ କୌଣସି ନିଯୁକ୍ତି ପରୀକ୍ଷା କରାଯାଇନଥିଲା । ତେବେ ସେହି ସମୟରେ ନିଯୁକ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯୋଗ୍ୟ ପ୍ରାର୍ଥୀ ୨୦୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ସର୍ବୋଚ୍ଚ ବୟସସୀମା ଅତିକ୍ରାନ୍ତ ପାଇଁ ଆବେଦନରୁ ବଞ୍ଚିତ ହୋଇଥିଲେ। ଏଥିପାଇଁ ଜଣିକିଆ ବିଚାରପତି ସର୍ବୋଚ୍ଚ ବୟସ ସୀମାକୁ କୋହଳ କରିଥିବା ନେଇ ଯୁକ୍ତି ଦର୍ଶାଯାଇଥିଲା । ଏହା ଉପରେ ଏହି ମାମଲାର ଆବେଦନକାରୀ ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପରବର୍ତ୍ତୀ ଶୁଣାଣି ସମୟରେ ଜବାବ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୨୪, ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍‌ ଅପିଲର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ରାଜ୍ୟର ବିଭିନ୍ନ ବାଟାଲିୟନରେ ୩୬୦ଟି ସିପାହି/କନଷ୍ଟେବଳ ପଦ ପୂରଣ ପାଇଁ ୨୦୨୪, ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୬ ବର୍ଷ କୋହଳ କରାଯିବ ବୋଲି ହାଇକୋର୍ଟ ରାୟ ଦେଇଥିଲେ ।

About The Author: The Sakala