ଆଜିଠୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା, ୨୨୫୦ କି.ମି ଯାତ୍ରା କରିବେ ପିସିସି ସଭାପତି

ଭୁବନେଶ୍ୱର : ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ତଥା ସୋମବାର ଠାରୁ ପିସିସି ପକ୍ଷରୁ ଭାରତ ଯୋଡ଼ୋ ପଦଯାତ୍ରା(ଓଡ଼ିଶା-ପରିକ୍ରମା) ଆରମ୍ଭ ହେବାକୁ ଯାଉଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନ ସ୍ଥାନୀୟ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବାକୁ ଏହି ଯାତ୍ରା ରାଜ୍ୟସାରା ପରିକ୍ରମା କରି ପ୍ରାୟ ୧୦୦ ଦିନ ପରେ ରାଜ୍ୟ ମୁଖ୍ୟାଳୟକୁ ଫେରିବ। ରାଜ୍ୟରେ ପିସିସି ପକ୍ଷରୁ ଏହି […]

ଭୁବନେଶ୍ୱର : ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ତଥା ସୋମବାର ଠାରୁ ପିସିସି ପକ୍ଷରୁ ଭାରତ ଯୋଡ଼ୋ ପଦଯାତ୍ରା(ଓଡ଼ିଶା-ପରିକ୍ରମା) ଆରମ୍ଭ ହେବାକୁ ଯାଉଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନ ସ୍ଥାନୀୟ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବାକୁ ଏହି ଯାତ୍ରା ରାଜ୍ୟସାରା ପରିକ୍ରମା କରି ପ୍ରାୟ ୧୦୦ ଦିନ ପରେ ରାଜ୍ୟ ମୁଖ୍ୟାଳୟକୁ ଫେରିବ। ରାଜ୍ୟରେ ପିସିସି ପକ୍ଷରୁ ଏହି ଯାତ୍ରା ୨୨୫୦ କି.ମି ଅତିକ୍ରମ କରିବ। ରାଜ୍ୟର ୨୭ ଜିଲ୍ଲା, ୧୯ଟି ସଂସଦୀୟ କ୍ଷେତ୍ର ଦେଇ ଏହି ଯାତ୍ରା ଯିବ।

କଣ୍ଟାବାଞ୍ଝି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏହି ଯାତ୍ରାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଯାତ୍ରାରେ ଏଆଇସିସି ପକ୍ଷରୁ ପୂର୍ବତନ ମଧ୍ୟ ପ୍ରଦେଶ ପ୍ରତି ଦିନ ପ୍ରାୟ ୨୦ କି.ମି ଏହି ପରିକ୍ରମା ଯାତ୍ରା କରାଯିବ। ଆସନ୍ତା ୨୦୨୩ ମସିହା ଜାନୁୟାରୀ ୩୦ରେ ଏହି ଭାରତ ଯୋଡୋ-ଓଡ଼ିଶା ଅଧ୍ୟାୟ ସମାପ୍ତ ହେବ କୁହାଯାଉଛି। ମାତ୍ର ଏହାର ଅବଧି ତତ୍କାଳ ପରିସ୍ଥିତି ଦେଖି ନିର୍ଦ୍ଦିଷ୍ଟ ଭାବେ ସ୍ଥିର କରାଯିବ। ଏହି ଯାତ୍ରା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରତି ଘର ଘର ବୁଲି ଦଳୀୟ ବାର୍ତ୍ତା ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଏଆଇସିସି ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଣିବା ପାଇଁ ପିସିସି ପକ୍ଷରୁ ଉଦ୍ୟମ କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ଏହି ଯାତ୍ରାରେ ଏଆଇସିସି ପକ୍ଷରୁ ବରିଷ୍ଠ ନେତା ଦିଗବିଜୟ ସିଂ, ଜୟରାମ ରମେଶ, ଚେଲ୍ଲା କୁମାର, ରୁଦ୍ରରାଜୁ ଏବଂ ଭକ୍ତ ଚରଣ ଦାସ ଯୋଗ ଦେବେ ବୋଲି ଜଣାପଡ଼ିଛି। ରାହୁଲ ଗାନ୍ଧୀ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡୋ ଯାତ୍ରାରେ ଥିବାରୁ ଓଡ଼ିଶା ପରିକ୍ରମାରେ ପ୍ରତ୍ୟକ୍ଷ ଭାବେ ଯୋଡି ହେବେ ନାହିଁ ବୋଲି ଜଣାପଡ଼ିଛି। ମାତ୍ର ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର ସମ୍ଭାବନା ରହିଥିବା କେତେକ ନେତା ଆଶା କରୁଛନ୍ତି। ଗତ ସେପ୍ଟେମ୍ବର ୧୮ ତାରିଖରେ ଓଡ଼ିଶା ପରିକ୍ରମା ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ ମଧ୍ୟ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୩୧ରୁ ଯାତ୍ରା ଆରମ୍ଭ ହୋଇ ଆଇଜି ପାର୍କରୁ ରାଜଧାନୀ ଉପକଣ୍ଠସ୍ଥ ଫୁଲନଖରା ଯାଏଁ ଯିବ ବୋଲି ଜଣାପଡ଼ିଛି। ଧାମନଗର ଉପନିର୍ବାଚନକୁ ଦୃଷ୍ଟିରେ ରଖି ନଭେମ୍ବର ୧ରୁ ୩ ତାରିଖ ଯାଏଁ ଯାତ୍ରାକୁ ସ୍ଥଗିତ କରାଯାଇଛି। ପିସିସି ପକ୍ଷରୁ ଯାତ୍ରାର ପ୍ରଥମ ୧୦ ଦିନର ବିବରଣୀ ସାର୍ବଜନୀନ କରାଯାଇଛି। ଭୁବନେଶ୍ୱରରୁ ଆରମ୍ଭ ହୋଇ ଯାତ୍ରା କଟକ, ଯାଜପୁର, ଭଦ୍ରକ ଦେଇ ଯାତ୍ରା ଆସନ୍ତା ୯ ତାରିଖରେ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିବ ବୋଲି କୁହାଯାଉଛି।

About The Author: The Sakala