ଭୁବନେଶ୍ୱର: ବାତ୍ୟା ୟଶ କୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଓପିଟିସିଏଲ । ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ଓପିଟିସିଏଲ କର୍ମଚାରୀ । କାମ କରିବା ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ ବୋଲି ଘୋଷଣା କରାଯାଇଛି ।
ସେହିପରି ଯଦି ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହୁଅନ୍ତି ତେବେ ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଓପିଟିସିଏଲ ବହନ କରିବ । ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ଲାଭବାନ ହେବେ ବୋଲି ଓପିଟିସିଏଲ୍ ଘୋଷଣା କରିଛି ।