ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌ ବୃଦ୍ଧି ପାଇଁ କମିଟି ଗଠନ କରାଯାଇଛି । ଉପଦେଷ୍ଟା କମିଟି ଗଠନ ନେଇ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ ହୋଇଛି । ଦରମା ଓ ପେନସନ୍ ବୃଦ୍ଧି ନେଇ କମିଟି ରିପୋର୍ଟ ପ୍ରଦାନ କରିବ । ଏହି ଉପଦେଷ୍ଟା କମିଟିରେ ସଦସ୍ୟ ଭାବେ ରାମ କାଡାମ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ […]

ଭୁବନେଶ୍ୱର: ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌ ବୃଦ୍ଧି ପାଇଁ କମିଟି ଗଠନ କରାଯାଇଛି । ଉପଦେଷ୍ଟା କମିଟି ଗଠନ ନେଇ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ ହୋଇଛି । ଦରମା ଓ ପେନସନ୍ ବୃଦ୍ଧି ନେଇ କମିଟି ରିପୋର୍ଟ ପ୍ରଦାନ କରିବ । ଏହି ଉପଦେଷ୍ଟା କମିଟିରେ ସଦସ୍ୟ ଭାବେ ରାମ କାଡାମ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠୀ ରହିଛନ୍ତି। ଆଜି ଶୂନ୍ୟକାଳରେ ଆଲୋଚନା ସମୟରେ ବିଧାୟକ ମାନଙ୍କର ଦରମା ଏବଂ ପୂର୍ବତନ ବିଧାୟକ ମାନଙ୍କର ପେନସନ ବୃଦ୍ଧି ପାଇଁ ଦାବି ଉଠିଥିଲା।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବଜାର ଦରଦାମ କେତେ, ସ୍ବାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ । ତେଣୁ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି କରାଯାଉ । ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା । ତେଣୁ ପେନସନ ସହ ବିଧାୟକ ମାନଙ୍କର ଦରମା ବଢ଼ାଇବାକୁ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

About The Author: The Sakala