ପୂଜାରେ ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର କ୍ୱିକ୍ ରେସ୍ପନ୍ସ ଟିମ୍ ‘ଶକ୍ତି ବାହିନୀ’

ଭୁବନେଶ୍ୱର: ‘ଶକ୍ତି ବାହିନୀ’ର ଶକ୍ତି ପ୍ରଦର୍ଶନ । ପୂଜାରେ ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ସ୍ଵତନ୍ତ୍ର ବ୍ୟବସ୍ଥା । ଦଶହରାରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ମହିଳା ପୋଲିସଙ୍କ ବାଇକ୍ ରାଲି । ୪୦ ଜଣିଆ ମହିଳା ପୋଲିସଙ୍କୁ ନେଇ ଗଠନ ହେଲା ଟିମ୍‌ । ଚଳିତ ବର୍ଷ ପୂଜାରେ ସେଫଟି, ସିକ୍ୟୁରିଟୀ, ଟ୍ରାଫିକ ଉପରେ ଫୋକୋସ କରିଛି କମିଶନରେଟ ପୋଲିସ । ସେଥିପାଇଁ ୨୦ଟି ସ୍କୁଟିରେ ମହିଳା ପୋଲିସର ପ୍ରସ୍ତୁତ ରହିଥିବେ କ୍ୱିକ୍ […]

ଭୁବନେଶ୍ୱର: ‘ଶକ୍ତି ବାହିନୀ’ର ଶକ୍ତି ପ୍ରଦର୍ଶନ । ପୂଜାରେ ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ସ୍ଵତନ୍ତ୍ର ବ୍ୟବସ୍ଥା । ଦଶହରାରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ମହିଳା ପୋଲିସଙ୍କ ବାଇକ୍ ରାଲି । ୪୦ ଜଣିଆ ମହିଳା ପୋଲିସଙ୍କୁ ନେଇ ଗଠନ ହେଲା ଟିମ୍‌ । ଚଳିତ ବର୍ଷ ପୂଜାରେ ସେଫଟି, ସିକ୍ୟୁରିଟୀ, ଟ୍ରାଫିକ ଉପରେ ଫୋକୋସ କରିଛି କମିଶନରେଟ ପୋଲିସ । ସେଥିପାଇଁ ୨୦ଟି ସ୍କୁଟିରେ ମହିଳା ପୋଲିସର ପ୍ରସ୍ତୁତ ରହିଥିବେ କ୍ୱିକ୍ ରେସ୍ପନ୍ସ ଟିମ୍ ‘ଶକ୍ତି ବାହିନୀ’। ବାଇକ୍‌ରେ ପୂଜା ମଣ୍ଡପ ବୁଲି ମହିଳାଙ୍କ ସୁରକ୍ଷା କଥା ବୁଝିବେ ଏହି ଟିମ୍ । ଆଡ୍ଡିସନାଲ ବ୍ୟାକଅପ ଭାବେ କାର୍ଯ୍ୟ କରିବ ଏହି ଟିମ୍ । ହଜିଥିବା ଛୋଟପିଲା ସାଙ୍ଗକୁ ମହିଳାଙ୍କ ସୁବିଧା ଅସୁବିଧା ବୁଝିବେ । ମହିଳାଙ୍କ ମନରେ ସୁରକ୍ଷାର ବାତାବରଣ ସୃଷ୍ଟି କରିବା ଏହି ଟିମର ମୁଖ୍ୟ ଉଦେଶ୍ୟ । ଭିଡକୁ ଦେଖି ଏହାକୁ ଆଗକୁ ବଢ଼ାଯିବ ବୋଲି କହିଛି କମିଶନରେଟ ପୋଲିସ ।

About The Author: The Sakala