'ସୋସିଆଲ ମିଡ଼ିଆକୁ ନ ଆସି କୋର୍ଟକୁ ଯାଅ', ଭିଡିଓ ପୋଷ୍ଟ କରି ବର୍ଷାଙ୍କୁ ଅପିଲ୍ କଲେ କମେଡିଆନ ଗୁଲୁଆ

ଭୁବନେଶ୍ୱର: ସୋସିଆଲ ମିଡ଼ିଆକୁ ନ ଆସି କୋର୍ଟକୁ ଯାଅ । ସୋସିଆଲ ମିଡ଼ିଆରେ ଆଉ ବଦନାମ କରନି ମୋତେ । ଭିଡିଓ ପୋଷ୍ଟ କରି ସ୍ତ୍ରୀ ବର୍ଷାଙ୍କୁ କିଛି ଏମିତି ଅପିଲ୍ କରିଛନ୍ତି କମେଡିଆନ ଗୁଲୁଆ । ସୋସିଆଲ ମିଡ଼ିଆ ପୋଷ୍ଟରେ ଗୁଲୁଆ ଆହୁରି କହିଛନ୍ତି କି, ସୋସିଆଲ୍ ମିଡିଆରେ ବଦନାମ କରି ମୋ ଭାତହାଣ୍ଡି ବନ୍ଦ କରିବାକୁ ଚାହୁଁଛ, ଯଦି ଟଙ୍କା ଦରକାର ଆଲୋଚନା ପାଇଁ ଆସ, ମିଡିଆରେ ସମାଧାନ ହେବନି । ଗୁଳୁଆ କହିଛନ୍ତି କି, କୋର୍ଟରେ ଫଇସଲା ହେବ, ଯଦି ମୁଁ ଦୋଷୀ ମୋତେ ଦଣ୍ଡ ମିଳିବ । ଯଦି ତୁମେ ମୋ ସହ ରହିବାକୁ ଚାହୁଁଛ, ମୁଁ ସ୍ବାଗତ କରିବି । ପୂର୍ବ କଥା ସବୁ ଭୁଲି ମୁଁ ତୁମକୁ ଗ୍ରହଣ କରିବି, ଆଉ ଯଦି ଡିଭୋର୍ସ ନେବାକୁ ଚାହୁଁଛ ଭଲରେ ଅଲଗା ହେବା ବୋଲି କହିଛନ୍ତି ଗୁଲୁଆ । ଘର କଳି ବାହାରକୁ ଯାଉଛି ଆମେ ଲୋକ ହସା ହେଉଛେ । ତୁମେ ଯେତେ ଦୋଷ ଦେଲଣି ଆଉ କେହି ମୋତେ ବାହା ହେବେନି ବୋଲି କହିଛନ୍ତି ଗୁଲୁଆ ।

About The Author: Madhusudan Das