ଜଳେଶ୍ବର: ପିକ୍ଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା।
ସୂଚନା ଅନୁସାରେ, ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଆମ୍ବୁଲାନ୍ସ ବାଲେଶ୍ବର ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ମିରିଗୁମୁଣ୍ତି ଛକ ନିକଟରେ ଏକ ପିକଅପ ଭ୍ଯାନ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ରୂପ୍ସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଅନ୍ଯ ଏକ ଆମ୍ବୁଲାନ୍ସ ସାହାଯ୍ଯରେ ବାଲେଶ୍ବର ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି।