ରାଜ୍ୟରେ ତଳମୁହାଁ ପାରଦ; ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା

ଭୁବନେଶ୍ୱର: ଖସୁଛି ତାପମାତ୍ରା ବଢ଼ୁଛି ଥଣ୍ଡା । ସଞ୍ଜ ନଇଁଲେ ଆସୁଛି ଶୀତ। ରାତି ୧୦ ପରେ ସାରା ରାଜ୍ୟରେ ଆରମ୍ଭ ହୋଇଯାଉଛି ଶୀତର ପ୍ରଭାବ। ଅନେକ ସ୍ଥାନରେ ତାପମାତ୍ରା ତଳମୁହାଁ ହେତୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହି ଧାରା ଆହୁରି ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାରୁ ଅନେକ ସ୍ଥାନରେ ଶୀତ ଜାରିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। 

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୀତର ପ୍ରଭାବ ପ୍ରବଳ ଅନୁଭୂତ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ତାପମାତ୍ରା ୮ ଡିଗ୍ରୀକୁ ଖସିଛି। ଦାରିଙ୍ଗବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଜି.ଉଦୟଗିରିରେ ୮.୭ ଡିଗ୍ରୀ, ଫୁଲବାଣୀ ୧୦, ଝାରସୁଗୁଡ଼ାରେ ୧୦.୬ ରେକର୍ଡ ହୋଇଛି। ଏହି ସହରଗୁଡ଼ିକ ସମେତ ରାଜ୍ୟର ମୋଟ୍‌ ୨୧  ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପାରଦ ରହିଛି। ରାଜ୍ୟର ଅନ୍ୟ ସହର ଭଳି ଦ୍ୱୈତ ନଗରୀରେ ମଧ୍ୟ ଥଣ୍ଡା ବଢ଼ିଛି। ଗତ ୨୪ ଘଣ୍ଟାରେ କଟକରେ ତାପମାତ୍ରା ୧୫.୨ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ ହୋଇଛି।

About The Author: Madhusudan Das