ଶୀତରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରି ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ଦାରିଙ୍ଗବାଡ଼ିରେ ପାରଦ ୬ ଡିଗ୍ରୀରେ ପହଞ୍ଚିଛି। ଏହି ସ୍ଥିତି ଆହୁରି ଗୋଟିଏ ଦିନ ଜାରି ରହିବା ସହିତ ସୋମବାର ସକାଳ ପର୍ଯ୍ୟନ୍ତ ୬ ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼଼, ସୋନପୁର, କଳାହାଣ୍ଡି ଓ […]

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରି ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ଦାରିଙ୍ଗବାଡ଼ିରେ ପାରଦ ୬ ଡିଗ୍ରୀରେ ପହଞ୍ଚିଛି। ଏହି ସ୍ଥିତି ଆହୁରି ଗୋଟିଏ ଦିନ ଜାରି ରହିବା ସହିତ ସୋମବାର ସକାଳ ପର୍ଯ୍ୟନ୍ତ ୬ ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼଼, ସୋନପୁର, କଳାହାଣ୍ଡି ଓ ନୂଆପଡ଼ାରେ ଶୀତର ପ୍ରକାପ ସବୁଠାରୁ ଅଧିକ ରହିବ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକ ପ୍ରତି ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାର ପରବର୍ତ୍ତି ୩ ଦିନ ମଧ୍ୟରେ ୨-୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ତେବେ ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ କମ୍‍ ରହିବ ବୋଲି ଡ. ବିଶ୍ୱାସ କହିଛନ୍ତି। ଶନିବାର ସକାଳ ସୁଦ୍ଧା ଦାରିଙ୍ଗବାଡ଼ିରେ ୬.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୬.୦ ଡିଗ୍ରୀ, କେନ୍ଦୁଝରରେ ୮.୦ ଡିଗ୍ରୀ, ସୋନପୁରରେ ୮.୦ଡିଗ୍ରୀ, ଭବାନୀପାଟଣାରେ ୮.୦ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ, କୋରାପୁଟରେ ୯.୦ ଡିଗ୍ରୀ, ନୟାଗଡ଼଼ରେ ୯.୦ ଡିଗ୍ରୀ, ବଲାଙ୍ଗିରରେ ୯.୦ ଡିଗ୍ରୀ ଓ ବୌଦ୍ଧରେ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

About The Author: The Sakala