‘ବିକାଶ ଉଲ୍ଲେଖନୀୟ’: ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ୧୪ ଦେଶର ପ୍ରତିନିଧି

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟ ଓ କଳା, ସଂସ୍କୃତି ବେଶ୍‌‌ ସମୃଦ୍ଧ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ରାଜ୍ୟରେ ଉଲ୍ଲେଖନୀୟ ବିକାଶ ହୋଇଛି ବୋଲି ୧୪ଟି ଦେଶର ସାଂସଦ, ନୀତି ପରାମର୍ଶଦାତା ଏବଂ କୂଟନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଶନିବାର ରାଜ୍ୟ ଲୋକସେବା ଭବନ ଠାରେ ୧୪ଟି ଦେଶର ସାଂସଦ, ନୀତି ପରାମର୍ଶଦାତା ଏବଂ କୂଟନୀତିଜ୍ଞମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟ ଓ କଳା, ସଂସ୍କୃତି ବେଶ୍‌‌ ସମୃଦ୍ଧ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ରାଜ୍ୟରେ ଉଲ୍ଲେଖନୀୟ ବିକାଶ ହୋଇଛି ବୋଲି ୧୪ଟି ଦେଶର ସାଂସଦ, ନୀତି ପରାମର୍ଶଦାତା ଏବଂ କୂଟନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଶନିବାର ରାଜ୍ୟ ଲୋକସେବା ଭବନ ଠାରେ ୧୪ଟି ଦେଶର ସାଂସଦ, ନୀତି ପରାମର୍ଶଦାତା ଏବଂ କୂଟନୀତିଜ୍ଞମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମତ ରଖÒ କହିଛନ୍ତି, ଆମେ ପୂର୍ବରୁ ଓଡ଼ିଶା ସମ୍ପର୍କରେ ଅବଗତ ଥÒଲୁ। ଆଜି ଏହି ରାଜ୍ୟକୁ ନିକଟରୁ ଦେଖିବାକୁ ମିଳିଥିବାରୁ ଆମେ ବହୁତ ଖୁସି। ଅତିଥିମାନେ ବ୍ୟକ୍ତିଗତ ଭାବେ ଜଣ ଜଣ କରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହିତ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ବେଶ୍‌‌ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଭାରତ ହେଉଛି ଏକ ସର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗତ ୭୫ ବର୍ଷ ଧରି ଏହାର ଗଣତାନ୍ତ୍ରିକ ପରମ୍ପରା ବେଶ୍‌‌ ରୁଦ୍ଧିମନ୍ତ ହୋଇଚାଲିଛି। ଓଡ଼ିଶାର କଳା, ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଏବେ ସବୁ କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରତିପାଦନ କରିଆସୁଛି। ବିଶେଷକରି ଅର୍ଥନୈତିକ, ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ବିକାଶଧାରା ଉଲ୍ଲେଖନୀୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଏହି ପ୍ରତିନିଧି ଦଳରେ ସ୍ୱିଜରଲ୍ୟାଣ୍ଡର ଏସିଆ କନେକ୍ଟ ସେଣ୍ଟର ଆଣ୍ଡ ଇଣ୍ଡିଆ କମ୍ପିଟେନ୍ସ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ରୋଜର୍‌‌ ମୋସର୍‌‌, ଆର୍ମେନିଆର ସାଂସଦ ସୋଭିନାର ଭର୍ଦାନୟନ, ବୁଲଗେରିଆର ସାଂସଦ ଦିମିତାର ସାସେଭ୍‌‌, ୟୁକ୍ରେନର ସାଂସଦ ୟୁଲିଆ କ୍ଲିମନେକୋ, ସ୍ଲୋଭାକିଆର ସାଂସଦ ଜାନ ସୋଲୋସ୍‌‌, ଶାର ଚାର୍ଲ୍ସ, ଆଇଭରୀ କୋଷ୍ଟ ସାଂସଦ ଓଲିଭର୍‌‌ ଡିଜେ ବି ଡିଜେ, ସ୍ୱିଜରଲ୍ୟାଣ୍ଡର ସାଂସଦ ଡ. ନକଲାସ୍‌‌ ସାମୁଏଲ୍‌‌ ଗୁଗର୍‌‌, ପୂର୍ବତନ ଆମେରିକା ସାଂସଦ ରବର୍ଟ ପିଟେଙ୍ଗର୍‌‌, ୟୁକେ ସ୍ଥିତ ବ୍ରହ୍ମଋଷି ମିଶନ୍‌‌ର ସ୍ୱାମୀ ସୂର୍ଯ୍ୟପ୍ରଭା, ୟୁକେ ସାଂସଦର ସଦସ୍ୟ ଭିରେନ୍ଦ୍ର ଶର୍ମା, ଗ୍ରାମୀ ପୁରସ୍କାର ବିଜେତା ଡ. ରିକି କେଜ୍‌‌ ପ୍ରମୁଖ ଉପସ୍ଥିତ ଥିଲେ।

About The Author: The Sakala