ଆଜି ସନ୍ଧ୍ୟା ୫ଟାରେ ଦୁଇଟି ‘ମୋ ବସ୍’ ଡିପୋ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ମୋ ବସ୍’ ରହଣି ପାଇଁ ଭୁବନେଶ୍ବରରେ ଦୁଇଟି ଅତ୍ୟାଧନିକ ବସ୍ ଡିପୋ କରାଯାଇଛି। ଆଜି ସନ୍ଧ୍ୟା ୫ଟାରେ ଏହି ଦୁଇ ଡିପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ବସ୍ ଡିପୋ କାମ କରୋନା ଯୋଗୁଁ ପ୍ରଭାବିତ ହୋଇଥିଲା। ଏହି ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ଓ ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି। ପଟିଆ ବସ୍ ଡିପୋ ୧୯ ହଜାର ସ୍କୋୟାର ମିଟର ପରିବ୍ୟାପ୍ତ […]

ଭୁବନେଶ୍ୱର: ‘ମୋ ବସ୍’ ରହଣି ପାଇଁ ଭୁବନେଶ୍ବରରେ ଦୁଇଟି ଅତ୍ୟାଧନିକ ବସ୍ ଡିପୋ କରାଯାଇଛି। ଆଜି ସନ୍ଧ୍ୟା ୫ଟାରେ ଏହି ଦୁଇ ଡିପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ବସ୍ ଡିପୋ କାମ କରୋନା ଯୋଗୁଁ ପ୍ରଭାବିତ ହୋଇଥିଲା। ଏହି ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ଓ ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି। ପଟିଆ ବସ୍ ଡିପୋ ୧୯ ହଜାର ସ୍କୋୟାର ମିଟର ପରିବ୍ୟାପ୍ତ ହୋଇଥିବା ବେଳେ ଭଗବାନପୁର ବସ୍ ଡିପୋ ୨୩ ହଜାର ସ୍କୋୟାର ମିଟର ଜାଗାରେ ନିର୍ମାଣ କରାଯାଇଛି। ଏହି ବସ୍ ଡିପୋ ପରିସରରେ ତେଲ ଟାଙ୍କି ମଧ୍ୟ ରହିଛି। ଯାହାଦ୍ବାର ସମସ୍ତ ‘ମୋ ବସ୍’ କେବଳ ଡିପୋରେ ହିଁ ତେଲ ପକାଇବେ । ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବ । ଅଳ୍ପ ସମୟରେ ବସ୍ ଗୁଡ଼ିକୁ କିପରି ଭଲଭାବରେ ସଫା କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

About The Author: The Sakala