ବରଗଡ଼ବାସୀ ପାଇବେ ସ୍ବାସ୍ଥ୍ୟ ସଞ୍ଜିବନୀ, ଆସନ୍ତାକାଲି ବିଜେପୁରରୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ମାର୍ଟ ହେବ ବରଗଡ଼ ଜିଲ୍ଲା । ସ୍ବାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେବ ବରଗଡ଼। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯାଉଛନ୍ତି । ବହୁ ପ୍ରତୀଖିତ ବିଏସକେଓ୍ବାଇ ଯୋଜନାରେ ବରଗଡ ଜିଲ୍ଲା କାଲି ସାମିଲ ହେବାକୁ ଯାଉଛି । ବିଜେପୁର ବ୍ଲକ ଗଣ୍ଡପାଲି ନିକଟସ୍ଥ ମିନି ଷ୍ଟାଡିଅମଠାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର […]

ଭୁବନେଶ୍ୱର: ସ୍ମାର୍ଟ ହେବ ବରଗଡ଼ ଜିଲ୍ଲା । ସ୍ବାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେବ ବରଗଡ଼। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯାଉଛନ୍ତି । ବହୁ ପ୍ରତୀଖିତ ବିଏସକେଓ୍ବାଇ ଯୋଜନାରେ ବରଗଡ ଜିଲ୍ଲା କାଲି ସାମିଲ ହେବାକୁ ଯାଉଛି । ବିଜେପୁର ବ୍ଲକ ଗଣ୍ଡପାଲି ନିକଟସ୍ଥ ମିନି ଷ୍ଟାଡିଅମଠାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରୁଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବାବେଳେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବିଜେପୁରରେ ୨୯୫ କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ନିର୍ବାଚନ ଆସିଲେ ସବୁ ଦଳର ନେତା ପ୍ରତିଶ୍ରୁତି ଦେଇ ଥାଆନ୍ତି, ହେଲେ ସମସ୍ତେ ପ୍ରତିଶ୍ରୁତିକୁ ପୂରଣ କରିପାରନ୍ତି ନାହିଁ। ଯେଉଁମାନେ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ପୂରଣ କରିଥାନ୍ତି, ସେମାନେ ଲଗାତର ଜନତାଙ୍କ ବିଶ୍ୱାସଭାଜନ ହୋଇଥାଆନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜ୍ଵଳନ୍ତ ଉଦାହରଣ । ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ପ୍ରତିଶ୍ରୁତି ଦିଅନ୍ତି ନାହିଁ, ତାହାର ସଠିକ୍ ଅନୁପାଳନ ମଧ୍ୟ କରନ୍ତି। ବରଗଡ଼ର ବିଜେପୁର ନିର୍ବାଚନମଣ୍ଡଳୀ ଏହାର ଅନ୍ୟତମ ଉଦାହରଣ । ବିଜେପୁର ଉପନିର୍ବାଚନ ସମୟରେ ସେ ଏହି ଅଞ୍ଚଳର ଦାୟିତ୍ଵ ନେବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଆସନ୍ତାକାଲି ବରଗଡ଼ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ଓ ବିଜେପୁରର ବହୁ ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବେ ଏବଂ ଜିଲ୍ଲାର ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ ସଞ୍ଜିବନୀ କୁହାଯାଉଥିବା ସ୍ମାର୍ଟ କାର୍ଡ଼ ବଣ୍ଟନ କରିବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ବରଗଡ଼ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିବେ । ଏହା ପରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ସାରା ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ସେହିଦିନ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ୫-ଟି ରୂପାନ୍ତରଣ ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ କରାଯିବ। ଜିଲ୍ଲାର ୭୧ଟି ସ୍କୁଲର ୫-ଟି ରୂପାନ୍ତରଣ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରୂପାନ୍ତରିତ କରାଯିବ। ସକାଳ ୧୦ଟା ୨୫ ମିନିଟ୍‌ରୁ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ମୁଖ୍ୟମନ୍ତ୍ରୀ ୧୧ଟା ୩୦ ମିନିଟ୍‌ରେ ବିଜେପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ପରେ ବିଏସକେୱାଇ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିବେ । ଏହା ପରେ ୧୨ଟା ୯ ମିନିଟ୍‌ରେ ଡିଜିଟାଲ ପଦ୍ଧତିରେ ବିଭିନ୍ନ ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପୁର ବାସୀ ବେସ୍ ଉତ୍ସାହିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ବିଜେଡି ରାଜ୍ୟସଭା ଏମପି ପ୍ରସନ୍ନ ଆଚାର୍ଯ୍ୟ ଏବଂ ସ୍ଥାନୀୟ ବିଧାୟିକା ରୀତା ସାହୁ ପ୍ରମୁଖ ଉପସ୍ଥିତ ରହିବେ ।

About The Author: The Sakala